ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ ଗଲେ ସ୍ୱାମୀ

ପୋଲସରା (ଅନିଲ ମହାରଣା ): ବୁଗୁଡା ଥାନା ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ କୋଡ଼ିରେ ହାଣି ମାରି ଦେବାକୁ ଉଦ୍ୟମ କରି ଗିରଫ ହୋଇ ଜେଲ ଯାଇଥିବା ଜଣା ପଡିଛି। ଘଟଣାରୁ ଜଣା ପଡ଼ିଛି ଯେ ଭାମଶ୍ୟାଳି ଗ୍ରାମର ତେଲଙ୍ଗା ସାହିର ନାରାୟଣ ବଢ଼େଇ ସେପ୍ଟେମ୍ବର ୯ ତାରିଖ ସକାଳେ ନିଜର ପତ୍ନୀ ନମି ବଢ଼େଇଙ୍କୁ ଏକ କୋଡ଼ିରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ନାରାୟଣ ନିଜ ପତ୍ନୀଙ୍କୁ କୋଡ଼ିରେ ହାଣିବା ଦ୍ୱାରା ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଚିକିତ୍ସିତ ହେଉଛନ୍ତି। ପତ୍ନୀ ନମି ବଡେଇଙ୍କ ଅଭିଯୋଗ ପ୍ରକାରେ ବୁଗୁଡା ଥାନା କେସ ନଂ ୪୫୩/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ସ୍ଵାମୀ ନାରାୟଣ ବଢ଼େଇଙ୍କୁ ଗିରଫ କରି କୋର୍ଟ କୋର୍ଟ ଚାଲାଣ ହୋଇଥିବା ନେଇ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ