ପତ୍ନୀଙ୍କୁ ହାଣି ସ୍ୱାମୀ ଫେରାର
କେନ୍ଦୁଝର, ଜିଲ୍ଲା ସ୍ଥିତ ଆନନ୍ଦପୁରର ଘଷିପୁରା ଥାନା ଅନ୍ତର୍ଗତ ବାରିଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀ ସ୍ତ୍ରୀକୁ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏହି ଘଟଣା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଆହାତ ମହିଳାଙ୍କୁ ପ୍ରଥମେ ଆନନ୍ଦପୁର ହସପିଟାଲରେ ଭର୍ତ୍ତିକରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ । ଆରମ୍ଭ କରିଛ ିା ଘଟଣା ସ୍ଥଳରୁ ସ୍ୱାମୀ ଅଭିଯୁକ୍ତ ଫେରାର ହୋଇଯାଇଛି । କୈାଣସି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ନିଜର ଧର୍ମ ପତ୍ନୀ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛ ।


