ପତ୍ନୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଫସିଲେ ସ୍ୱାମୀ

ପତିପତ୍ନୀର ସମ୍ପର୍କ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ମାତ୍ର ଏଥିରେ ସ୍ୱାର୍ଥପରତା ପଶିଆସେ, ତାହା ଦାମ୍ପତ୍ୟ ଜୀବନରେ ଭୟଙ୍କର ବିସ୍ଫୋରଣ ସୃଷ୍ଟିକରେ । ଏଭଳି ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି । ଛୋଟ କଥାକୁ କେନ୍ଦ୍ରକରି ସ୍ୱାମୀ ଓ ସ୍ତ୍ରୀଙ୍କ ଝଗଡ଼ା କୋର୍ଟରେ ପହଞ୍ଚିଛି । ସୂର୍ଯ୍ୟନଗର କଲୋନୀରେ ରହୁଥିବା ଦମ୍ପତି ମିଳିତ ଭାବେ ଏକ ବିଜନେସ୍ ଆରମ୍ଭ କରିଥିଲେ । ସ୍ତ୍ରୀ ରିଚାଙ୍କୁ ନ ଜଣାଇ ସ୍ୱାମୀ ସଚିନ ଟଙ୍କା ଉଠାଇଥିଲେ । ଏହା ପରେ ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ବୋହୂ ରିଚା ଥାନାରେ ମୋକଦ୍ଦମା ଦାୟର କରିଛନ୍ତି । ଏହି ପାରିବାରିକ କଳହ ଥାନାରୁ ସିଧା କୋର୍ଟରେ ପହଞ୍ଚିଥିଲା । ପତ୍ନୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କ ଆକାଉଣ୍ଟରୁ ଏକ କୋଟି ଟଙ୍କା ଉଠାଇ ନେଇଛନ୍ତି । ସୂଚନାଯୋଗ୍ୟ ଯେ ସଞ୍ଜୟ ପ୍ରାସାଦରେରେ ରିଚା ଏକ ଏମ୍ପୋରିୟମ ଖୋଲିଥିଲେ । ଏହି ଏମ୍ପୋରିୟମର ଖାତା ବ୍ୟାଙ୍କରେ ଖୋଲା ଯାଇଥିଲା । ବ୍ୟାଙ୍କରେ ଖୋଲାଯାଇଥିବା ଆକାଉଣ୍ଟରେ ରିଚା ନିଜ ନାଁ ସହ ତାଙ୍କ ସ୍ୱାମୀ ଓ ଦିଅରଙ୍କ ନାଁ ଅଧିକୃତ କରିଥିଲେ । ୨୦୦୩ ମସିହାରେ ନୋଇଡାର ବାସିନ୍ଦା ରିଚା ସଚିନଙ୍କୁ ବିବାହ କରିଥିଲେ । ସୂଚନା ଅନୁସାରେ ହରିପ୍ରଭାତ ଅଞ୍ଚଳରେ ସୂର୍ଯ୍ୟନଗର କଲୋନୀରେ ରୟାଲ ଆପାର୍ଟମେଣ୍ଟରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ । ୨୦୧୧ ମସିହା ସଞ୍ଜୟ ପ୍ରାସାଦରେ ଏକ ଏମ୍ପୋରିୟମ ଖୋଲିଥିଲେ । ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏମ୍ପୋରିୟମ ନାଁରେ ରିଚା ଏକ ଆକାଉଣ୍ଟ ଖୋଲିଥିଲେ । ଏହି ଆକାଉଣ୍ଟରେ ରିଚା ତାଙ୍କ ସ୍ୱାମୀ ସଚିନ ଓ ଦିଅର ରବିଶ୍ କୁମାରଙ୍କ ନାଁକୁ ଅଧିକୃତ କରିଥିଲେ । ଏମ୍ପୋରିୟମ ନାଁରେ ବ୍ୟାଙ୍କରେ ଖୋଲା ହୋଇଥିବା ଆକାଉଣ୍ଟରେ ଏକ କୋଟି ଅଧିକ ଟଙ୍କା ଥିଲା । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ନ ଜଣାଇ ଆକାଉଣ୍ଟରୁ ଏକ କୋଟି ଟଙ୍କା ଉଠାଇ ନେଇଥିବା କଥା ରିଚା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ