ପତ୍ନୀଙ୍କ ମାଡରେ ସ୍ବାମୀ ଘାଇଲା

ନୋଏଡା : ଘରୋଇ ହିଂସାରେ ସାଧାରଣତଃ ସ୍ବାମୀର ଆକ୍ରମଣର ଜଣେ ସ୍ତ୍ରୀ ଶିକାର ହୋଇଥାଏ । କିନ୍ତୁ ନୋଏଡାଠାରେ ଏହାର ଓଲଟା ଦେଖିବାକୁ ମିଳିଛି । ଘରୋଇ କଳିରେ ଜଣେ ସ୍ବାମୀ ନିର୍ଯାତିତ ହୋଇ ପୋଲିସ୍‌ ନିକଟରେ ଅଭିଯୋଗ କରିଥିବାର ଖବର ସାମ୍ନାକୁ ଆସିଛି । କରାଟେ ଚାମ୍ପିଆନ୍‌ ସ୍ତ୍ରୀଙ୍କ କବଳରୁ ବର୍ତ୍ତିବା ପାଇଁ ପୋଲିସ୍‌ ନିକଟରେ ଗୁହାରି କରିଛନ୍ତି ସ୍ବାମୀ ଜଣଙ୍କ ।
ମିଳିଥିବା ସୂଚନା ଅନୁସାରେ ନୋଏଡା ସେକ୍ଟର ୧୯ରେ ଦୀପକ ନାମକ ଜଣେ ବ୍ୟକ୍ତି ତାଙ୍କ କରାଟେ ଚାମ୍ପିଅନ୍‌ ପତ୍ନୀଙ୍କଠାରୁ ମାଡ଼ ଖାଇ ଦରମରା ହୋଇଛନ୍ତି । ଏପରିକି ସ୍ବାମୀ ଜଣଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଛି । ଏହା ପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । ସୋସିଆଲ୍‌ ମିଡ଼ିଆରେ ଜଣେ ବ୍ୟକ୍ତି କରାଟେ ଚାମ୍ପିଆନ୍‌ର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କଲେ । ଏବେ ତାଙ୍କ ଜୀବନରେ ଭୂମିକମ୍ପ ଆସିଯାଇଛି । ଯେବେ ଏହି ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି, ପତ୍ନୀ କରାଟେର ସମସ୍ତ କଳା କୌଶଳ ତାଙ୍କ ସ୍ବାମୀଙ୍କ ଉପରେ ବ୍ୟବହାର କରୁଛନ୍ତି। ଗତ ଶନିବାର ଦିନ ଦୁଇ ଜଣଙ୍କ ଝଗଡା ଏତେ ବଢିଗଲା ଯେ, ସ୍ତ୍ରୀ ଜଣକ ସ୍ବାମୀଙ୍କ ଗୋଡରେ ଏତେ ଜୋର୍‌ରେ ପ୍ରହାର କରିଛନ୍ତି ଯେ, ତାଙ୍କ ଗୋଡ ଫ୍ୟାକ୍ଚର୍‌ ହୋଇଯାଇଛି । ଗୁରୁତର ଆହତ ହୋଇ ସ୍ବାମୀ ଜଣକ ହ୍ବିଲ୍‌ ଚେୟାର୍‌ରେ ହସ୍ପିଟାଲ୍‌ରେ ପହଞ୍ଚିବା ସହିତ ପୋଲିସ୍‌ ଡାକି ଅଭିଯୋଗ ଜଣାଇଛନ୍ତି । ପୁଲିସ୍‌କୁ ସେ ତାଙ୍କ ପତ୍ନୀଙ୍କଠାରୁ ବଞ୍ଚାଇ ପାଇଁ ଅନୁରୋଧ କରିଛନ୍ତି । ୨୦୧୯ରେ ଦୁହେଁ ବିବାହ କରିଥିବାବେଳେ ଅଧିକାଂଶ ସମୟରେ ଦୁହିଁଙ୍କର ପାଟିତୁଣ୍ଡ ହେଉଛି । ମହିଳାଙ୍କୁ ଘରୋଇ ହିଂସାରୁ ବଞ୍ଚାଇବା ପାଇଁ ସରକାର ଆଇନ ପ୍ରଣୟନ କରିଛନ୍ତି, ସେହିଭଳି ପୁରୁଷଙ୍କୁ ମହିଳାଙ୍କଠାରୁ ସୁରକ୍ଷା ଦେବାର ପ୍ରାବଧାନ ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ