ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ
ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗାର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ ତାଙ୍କର ଚାଲିବାର ଗତି ୭ ପ୍ରତିଶତ କମିଯାଇଥାଏ । ଆଉ ସେହି ବ୍ୟକ୍ତି ଯଦି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଚାଲନ୍ତି ତେବେ ତାଙ୍କର ଗତି ବୃଦ୍ଧି ପାଇଥାଏ । ଅସଲ କଥା ହେଲା ମହିଳାମାନେ ପୁରୁଷଙ୍କ ଅପେକ୍ଷା ଟିକେ କମ୍ ବେଗରେ ଚାଲିଥାଆନ୍ତି । ଆଉ ମହିଳାମାନଙ୍କ ସହ କଥାବାର୍ତ୍ତା ହୋଇ ଚାଲିବା ବେଳେ ପୁରୁଷଙ୍କ ଗତି ଆପଣାଛାଏଁ କମିଯାଇଥାଏ । ବିଶେଷ କରି ଗାର୍ଲ ଫ୍ରେଣ୍ଡଙ୍କ ସହ ଚାଲିଲେ ଏମାନଙ୍କ ଗତି ଆହୁରି ଧିମା ହୋଇଯାଇଥାଏ । କାରଣ ଏମାନେ ସେତେବେଳେ ଅଧିକ ପରିମାଣରେ ଝିଅଟି ପ୍ରତି ଧ୍ୟାନ ଦେଇଥାଆନ୍ତି ।