ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ, ସ୍ବାମୀ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ସହରର ଜଣେ ମହିଳା ଏସିଡ୍ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ଏହି ଘଟଣାରେ ତାଙ୍କର ସ୍ବାମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମନୋଜ କୁମାର ପାତ୍ରଙ୍କ ପତ୍ନୀ ପ୍ରିୟଙ୍କା ସାହୁ ପାରିବାରିକ ଅଶାନ୍ତି ଯୋଗୁଁ ପାଇଖାନା ସଫାଇ ପାଇଁ ଥିବା ଏସିଡ ପାଣି ଗତ ମଇ ୩୧ ତାରିଖ ଦିନ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରିୟଙ୍କାଙ୍କୁ ପ୍ରଥମେ ବୁଗୁଡାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଅତି ଗୁରୁତର ହେବାରୁ ବ୍ରହ୍ମପୁରରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ପ୍ରିୟଙ୍କା ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସାଧୀନ ହେଉଛନ୍ତି। ଏ ନେଇ ଗତ ୨୦ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ ପରେ ବୁଗୁଡା ଥାନା କେସ୍ ନଂ ୪୩୩/୨୩ ପ୍ରକାରେ ଏକ ମାମଲା ରୁଜୁ ହୋଇ ସ୍ୱାମୀ ମନୋଜ କୁମାର ପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ