ପତ୍ନୀ ହତ୍ୟାକାରୀ ସ୍ୱାମୀ ଙ୍କୁ ୧୧ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନିମାପଡ଼ା, (ସନ୍ତୋଷ ଦାଶ) :ଗୋଟିଏ ହତ୍ୟା ମାମଲାର ବିଚାରକରି ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍ ଲୋକନାଥ ସାହୁ ଅଭିଯୁକ୍ତକୁ ୧୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଏକହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟରେ ଆଉ ଏକମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ପ୍ରକାଶ ଯେ , ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଗମ୍ଭାରୀ ପଦା ଗ୍ରାମ ର ଗୋବିନ୍ଦ ସାହୁ ଚୈ।ଦ୍ବାର ର ଅର୍ଜୁନ ମହାପାତ୍ରଙ୍କ ଝିଅ ରଞ୍ଜନାକୁ ୨୦୦୦ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ । ଗୋବିନ୍ଦ ଅଧିକାଂଶ ସମୟରେ ନିଶାସକ୍ତ ହୋଇ ରଞ୍ଜନାକୁ ମାରଧର କରନ୍ତି । ୨୦୧୭ ମସିହା ଜୁଲାଇ ୫ ତାରିଖରେ ସାମାନ୍ୟ କଥାକୁ କେନ୍ଦ୍ରକରି ଗୋବିନ୍ଦ, ରଞ୍ଜନାର ଚୁଟିଧରି ଘୋଷାରି ପିଟିବା ସହ ମରଣାନ୍ତକ ଆକ୍ରମଣ କରିଥିଲା । ଏଥିରେ ରଞ୍ଜନା ଗୁରୁତର ଆହତ ହୋଇ କଟକ ବଡ ଡ଼ାକ୍ତରଖାନାକୁ ଯିବାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏ ନେଇ ରଞ୍ଜନାର ବାପା କାକଟପୁର ଥାନାରେ ଅଭିଯୋଗ କରିଥିଲେ । ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ସୀତାକାନ୍ତ ଦାଶ ଓ ଅଭିଯୁକ୍ତଙ୍କ ପକ୍ଷରୁ ରବିନାରାୟଣ ସାହୁ ମାମଲା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ