ପତ୍ରପୁର ବ୍ଲକ ର ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳ ବାତ୍ୟା ବିପନ୍ନଙ୍କ ପାଇଁ ୬୧ହଜାର ୧୧୧ଟଙ୍କାର ଏକ ଚେକ ପ୍ରଦାନ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ଫନୀ ବାତ୍ୟାରେ ରାଜ୍ୟ ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହାର ପୁନଃଉଧାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିଭିନ୍ନ ସ୍ତରରୁ ସହାୟତାର ସୁଅ ଛୁଟିଛି । ଏଥିରେ ସାମିଲ ହୋଇଛି ପତ୍ରପୁର ବ୍ଲକ ର ମିଳିତ ଶିକ୍ଷକ ସଂଘ। ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ଆଜି ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ବାତ୍ୟା ବିପନ୍ନଙ୍କ ପାଇଁ ୬୧ହଜାର ୧୧୧ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।ଏହି ଚେକ ପ୍ରଦାନ ବେଳେ ପାତ୍ରପୁର ବ୍ଲକ ର ମିଳିତ ଶିକ୍ଷକ ସଂଘ ର ସମ୍ପାଦକ ଶଶାଙ୍କ କୁମାର ପ୍ରଧାନ, କୋଷାଧ୍ୟକ ଶିଶିର କୁମାର ମହାପାତ୍ର, ନୋଡାଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଏନପିସ) ପ୍ରତିନିଧି ଗିରିଜା ଶଙ୍କର ନାୟକ, ଏନପିସ ଏକ୍ସ-କେଡ଼େର ନିଶାମଣି ପ୍ରଧାନ ଓ ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘ ର ସଭାପତି ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ମିଳିତ ଶିକ୍ଷକ ସଂଘ ର ସହଯୋଗ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।