ପତ୍ରାପାଲି ରେ ଷୋହଳପ୍ରହର ନାମଯଜ୍ଞ ର ଶୁଭାରମ୍ଭ
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ପତ୍ରାପାଲି ଗ୍ରାମ ହରିଜନ ପଡା ରାଧାକୃଷ୍ଣ ମଣ୍ଡପ ରେ ଷୋହଳ ପ୍ରହର ନାମଯଜ୍ଞ ର ଶୁଭ ଅଧିବାସ ଅନୁଷ୍ଠିତ ହୋଇଯାଇଛି।ଆଜି ଠାରୁ ଆସନ୍ତା ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ନାମଯଜ୍ଞରେ ଅଖଣ୍ଡ ନାମ ସଂକୀର୍ତ୍ତନ ସହିତ ସମସ୍ତ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ତା ମଧ୍ୟ କରାଯାଇଛି। ସୂଚନା ଅନୁସାରେ ଉକ୍ତ ନାମଯଜ୍ଞ ରେ ସମୁଦାୟ ଆଠ ଗୋଟି ସଂକିର୍ତ୍ତନ୍ୟ ମଣ୍ଡଳୀ ର ଆଗମନ ହୋଇ ପ୍ରତ୍ୟେକ ଦଳ ପକ୍ଷରୁ ମହାମନ୍ତ୍ର ଭିନ୍ନ ଭିନ୍ନ ଭାବରେ ଗାୟକ ଗାୟିକା ମାନେ ପରିବେଷଣ କରିବେ। ଏହି ନାମଯଜ୍ଞ ବହୁ ପୁରାତନ କାଳରୁ ପତ୍ରାପାଲି ରେ ଅନୁଷ୍ଠିତ ହୋଇ ଆସୁଅଛି।ଉକ୍ତ କାର୍ଯ୍ୟକ୍ରମରେ ଆଖ ପାଖର ପ୍ରାୟ ଶତାଧିକ ଦର୍ଶକ ଙ୍କ ଆଗମନ ହେବାର ଆଗୁଆ ସୂଚନା ମିଳିଥିଲା।


