ପତ୍ରାପାଲି ରେ ୧୨୨ ନଂ ଇଭିଏମ ଅଚଳ : ଭୋଟରଙ୍କ ଅସନ୍ତୋଷ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ପତ୍ରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୨୨ ନଂ ବୁଥରେ ଇଭିଏମ୍ ମେସିନ ଅଚଳ ହୋଇଥିବାରୁ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସକାଳ ୭ ଘଣ୍ଟା ସମୟରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପାଇଁ ଲୋକ ମାନଙ୍କ ମଧ୍ୟରେ ଲମ୍ବାଧାଡିରେ ଆଗ୍ରହର ସହ ଛିଡା ହୋଇଥିଲେ । କିନ୍ତୁ ଇଭିଏମ ମେସିନ ଅଚଳ ହୋଇଯିବାରୁ ଲୋକ ମାନଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ଦେଖାଦେଇଛି । ପାଞ୍ଚ ବର୍ଷକୁ ଥରେ ଏହି ନିର୍ବାଚନ ହେଉଥିବାରୁ ଭୋଟର ମାନେ ନିଜର ଅଧିକାର ସାବ୍ୟସ୍ଥ କରିବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ ,ଇଭିଏମ୍ ମସିନ ଅଚଳ ହେବାରୁ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନିଜର ଭୋଟ ଓ ନିଜର ମତାମତ ସାବ୍ୟସ୍ଥ କରିବା ପାଇଁ ଭୋଟର ମାନେ ନିଜର ଅଧିକାରକୁ ସାବ୍ୟସ୍ଥ କରିବା ପାଇଁ ୧୨୨ ନଂ ବୁଥରେ ଭୋଟର ମାନେ ଅପେକ୍ଷା କରିରହିଛନ୍ତି । କିଏ ଲମ୍ବା ଧାଡିରେ ଛିଡା ହୋଇଛ ିତ କିଏ ନିଜର ମତାମତ ଉଚିତ ପ୍ରାର୍ଥୀଙ୍କୁ ଭୋଟ ମାଧ୍ୟମରେ ଚୟନ କରିବା ପାଇଁ ବସିରହିଥିବା ଦେଖିବାକୁ ମିଳିଛି ।
ପତ୍ରାପାଲି ରେ ୧୨୨ ନଂ ଇଭିଏମ ଅଚଳ: ଭୋଟରଙ୍କ ଅସନ୍ତୋଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ