ପଥରଖମ ଗ୍ରାମ ରେ ମା ବାସନ୍ତୀ ସ୍ପୋର୍ଟସ କ୍ଲବ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା
ବାଙ୍ଗିରୀପୋଷୀ,( ଶିବ ଶଙ୍କର ମାନ୍ନା ):ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀର ବାଙ୍ଗରିପୋଷି ମଣ୍ଡଳ ଅଧୀନସ୍ଥ ନିଶ୍ଚିନ୍ତା ପଞ୍ଚାୟତ ର ପଥରଖମ ଗ୍ରାମ ରେ ମା ବାସନ୍ତୀ ସ୍ପୋର୍ଟସ କ୍ଲବ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ଦ୍ଵିତୀୟ ତଥା ଶେଷ ଦିବସ ରେ ବାଙ୍ଗରିପୋଷି ଵିଧାୟିକା ସଞ୍ଜଳିମୁର୍ମୁ , ଏଵଂ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀ ଦୋଳଗୋବିନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ l ମା ବାସନ୍ତୀ ସ୍ପୋର୍ଟସ କ୍ଲବ ପକ୍ଷ ରୁ ମଧୁସୂଦନ ଧଡା, ସନ୍ତୋଷ ଗିରି,ମନୋରଞ୍ଜନ ବାରିକ, ସଞ୍ଜୟ ସାହୁ,ରାଜେଶ ଗିରି,ମାନଭଞ୍ଜନ ଗିରି,ହୃଷୀକେଶ ଗିରି,ଦେବବ୍ରତ ସେଠୀ, ବାପୁନ୍ ନାଏକ,ବିଶ୍ୱଜିତ୍ ସାହୁ, ଶାନ୍ତନୁ ଦାସ, ସଞ୍ଜୟ ସାହୁ ପ୍ରମୁଖ ମୂଖ୍ୟ ଅତିଥି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସର ରେ ଆୟୋଜିତ କାର୍ଯ୍ୟ କ୍ରମ ରେ କୁନି କୁନି କୁନି ପ୍ରତିଭାବାନ ପିଲା ମାନେ କ୍ରୀଡା ରେ ଆଗକୁ କିଭଳି ଭଲ ପ୍ରଦର୍ଶନ କରିବେ ସେ ନେଇ ପଞ୍ଚାୟତ ସ୍ଥର ରେ ଖେଳ ପଡିଆ ର ଉନ୍ନତିକରଣ , ସ୍ପୋର୍ଟସ କ୍ଲବ ଗୁଡ଼ିକୁ ସହାୟତା ପାଇଁ ପ୍ରୟାସ କରିବେ ବୋଲି ନିଜ ଅଭିଭାଷଣ ରେ ଉଦବୋଧନ ଦେଲେ l ଏହି ପରିପେକ୍ଷୀ ରେ କାର୍ଯ୍ୟକ୍ରମ ର ପରିଶେଷ ରେ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସେ ମା ବାସନ୍ତୀ ସ୍ପୋର୍ଟସ କ୍ଲବ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସାଧୁବାଦ ଓ ଧନ୍ୟବାଦ ଦେଲେ l


