ପଥରପକା ଗ୍ରାମରେମହାଲକ୍ଷ୍ମୀପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ପଥରପକା ଗ୍ରାମ ର ମା ବଟମଙ୍ଗଳା ପୀଠ ଠାରେ ମହାଲକ୍ଷ୍ମୀ ପୂଜା ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଛି। ଗତ ୨୦ ବର୍ଷ ହେଲା ଏହି ଗ୍ରାମ ରେ ମାର୍ଗଶୀର ମାସ ଶେଷ ଗୁରୁବାର ଦିନ ଗ୍ରାମର ଉନ୍ନତି ପାଇଁ ଓ ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ସମୂହ ଗ୍ରାମବାସୀ ମାନଙ୍କ ପକ୍ଷରୁ ମା ମହାଲକ୍ଷ୍ମୀ ଙ୍କ ପୂଜା ଧୁମ୍ ଧାମରେ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ପୂଜକ ବସନ୍ତ କୁମାର ତ୍ରିପାଠୀ ମା ଙ୍କ ପୂଜା ନୀତି କରୁଥିବା ବେଳେ କର୍ତ୍ତା ଭାବେ ରତ୍ନାକର ବେହେରା (ମାଗୁ) ଓ କର୍ତ୍ତି ଭାବେ ସସ୍ମିତା ବେହେରା କାର୍ଯ୍ୟନିର୍ବାହ କରୁଛନ୍ତି। ମା ଙ୍କ ପୂଜା ଅବସର ରେ ଗୁରୁବାର ଠାରୁ ବିଶ୍ବ କଲ୍ୟାଣ ମହାଯଜ୍ଞ ଆରମ୍ଭ ହୋଇଛି। ସୋମ ବାର ଦିନ ଯଜ୍ଞ ର ପୂର୍ଣ୍ଣାହୁତି ସାଙ୍ଗକୁ ମା ଙ୍କ ବିସର୍ଜନ ନୀତି ଅନୁଷ୍ଠିତ ହେବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ରବିବାର ସଂଧ୍ୟାରେ ଗ୍ରାମ ବାସୀ ମାନେ ସମୂହ ପ୍ରସାଦ ସେବନ କରିବାର କାର୍ଯକ୍ରମ ରହିଥିବା ବେଳେ ପ୍ରତେକ ସଂଧ୍ୟା ରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ମା ମହାଲକ୍ଷ୍ମୀ ଙ୍କ ପୂଜା ପାଇଁ ପଥରପକା ଗ୍ରାମ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ