ପଥରରେ ଛେଚି ପୁତ୍ରକୁ ହତ୍ୟା ମାମଲାରେ ୨ଅଭିଯୁକ୍ତ ଗିରଫ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ପଥରରେ ଛେଚି ପୁତ୍ରକୁ ହତ୍ୟା ମାମଲାରେ ପୋଲିସ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଗତ ତା୧.୦୯.୨୦୧୯ ରିଖରେ ଉକ୍ତ ଗ୍ରାମରେ ରହୁଥିବା ନାରାୟଣ ମହାନ୍ତ ତାଙ୍କ ୧୮ବର୍ଷ ବୟସର ପୁତ୍ର ପିତାମ୍ବରକୁ ପାରିବାରିକ କଳହକୁ କେନ୍ଦ୍ର କରି ପଥରେ ଛେଚି ହତ୍ୟା କରିଥିଲା । ନାରାୟଣଙ୍କ ୩ୟ ପତ୍ନୀଙ୍କ କନିଷ୍ଠ ପୁତ୍ର ଥିଲେ ପିତାମ୍ବର ।ବାପପୁଅଙ୍କ ମଧ୍ୟରେ ପୂର୍ବରୁ କଳହ ଲାଗି ରହୁଥିଲା ।ପୋଲିସ ଏହି ଘଟଣାରେ ନାରାୟଣ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୋଲିସ ନାରାୟଣଙ୍କ ୨ୟ ପତ୍ନୀ ମାଳତୀ ମହାନ୍ତ ଓ ତାଙ୍କ ପୁଅ ଗୌତମ ମହାନ୍ତଙ୍କୁ ଗିରଫ କରି ହତ୍ୟା ମାମଲା ନଂ୧୧୩/୧୯ ରୁଜୁ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ