ପଥର ଖାଦାନରେ ଦୁର୍ଘଟଣା, ୧ ଗୁରୁତର
ମୟୂରଭଞ୍ଜ:ପଥର ଖାଦାନରେ ବ୍ଲାଷ୍ଟିଂ ସମୟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର। ମୁମୂର୍ଷୁ ଅବସ୍ଥାରେ ପିଆରଏମ୍ ମେଡିକାଲରେ ଭର୍ତ୍ତି। ଗୁରୁତର ଭାବେ ଆହତ ହୋଇଥିବା ଶ୍ରମିକ ଜଣକ ବିଶୋଇ ଅଞ୍ଚଳର ରାମ ବେଶ୍ରା। ସୂଚନା ଅନୁସାରେ ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ନାଫ୍ରି ସ୍ଥିତ ପଥର ଖାଦାନ ରେ ପଥର ବ୍ଲାଷ୍ଟିଂ ଏବଂ ଲୋଡିଂ ଚାଲୁଥିବା ବେଳେ ଘଟିଛି ଏହି ଅଘଟଣ। ପଥର ଛିଟିକି ଆସି ରାମଙ୍କ ଉପରେ ବାଜିଥିଲା। ଯାହାଫଳରେ ତାଙ୍କ ଆଖି ଏବଂ କାନ୍ଧରେ ଗଭୀର କ୍ଷତ ହୋଇଛି। ମୁମୂର୍ଷୁ ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଶ୍ରମିକ ରାମ ବେଶ୍ରା। ପଥର ଖାଦାନ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ସୁଗଦା ମୁର୍ମୁ ଚଳାଉଥିବା କହିଛନ୍ତି ସେହି ଖାଦାନରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ଶ୍ରମିକ ତଥା ଆହତ ରାମଙ୍କ ସମ୍ପର୍କୀୟ।