ପଥର ବୋଝେଇ ଗାଡି ଧକ୍କା ଦେଲା ସ୍କୁଟି କଲେଜ ଛାତ୍ରୀ ସମେତ ଦୁଇ ଆହାତ

ଛତ୍ରପୁର , ,(ଯୁଗାବ୍ଦ ନ୍ୟୁଜ୍) : ଜାତୀୟ ରାଜପଥ କଡରେ ଅଟକିଥିବା ଭାରିଯାନ ସକାଶେ ଆଜି ଛତ୍ରପୁର ଥାନା ଏବଂ ଚମାଖଣ୍ଡି ଥାନା ଅଂଚଳରେ ବହୁ ଦୃର୍ଘଟଣା ଘଟି ବହୁ ଲୋକମାନେ ଆହାତ ହୋଇଛନ୍ତି । ଆଜି ପୁଣି ଆଉ ଏକ ଦୁର୍ଘଟଣା ଘଟିଛି । ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ନିକଟରେ ଏକ ପଥର ବୋଝେଇ ହାଇୱା ଗାଡି ଆଜି ସକାଳ ୯ ସମୟରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ପୂଜା ପ୍ରଧାନ ଗୁରୁତର ଆହାତ ହୋଇଛନ୍ତି । ପୂଜାଙ୍କ ଘର କଣମଣା ଗ୍ରାମପଞ୍ଚାୟତ ମାଟିଖାଲ ଗ୍ରାମ ଅଟେ । ସେ ଆଜି ତାଙ୍କ ଭାଇ ନୀରଞ୍ଜନ ପ୍ରଧାନଙ୍କ ସହ ଏକ ସ୍କୁଟି ଗାଡିରେ କଲେଜ ଯିବା ନିମନ୍ତେ ଗାଁରୁ ଛତ୍ରପୁର କୁ ଆସିବା ବେଳେ କାଳିଆବାଲି ଛକ ଠାରେ ଏକ ପଥର ବୋଝେଇ ହାଇୱା ଗାଡି ତାଙ୍କୁ ଧକ୍କା ଦେଇଥିଲ।। ଯାହାଫଳରେ ସେମାନେ ସ୍କୁଟି ସହ ଛିଞ୍ଚାଡି ହୋଇ ତଳେ ପଡିଯାଇଥିଲେ । ଯାହାଫଳରେ ତାଙ୍କ ମୁହଁ ଏବଂ ହାତକୁ ବହୁ ଜୋରରେ ଆଘାତ ହେବା ଯୋଗୁଁ ଗୁରୁତର ଆହାତ ହୋଇଥିଲେ । ଏବଂ ତାଙ୍କ ଭାଇ ମଧ୍ୟ ଆହାତ ହୋଇଥିଲେ । ଆହାତ ମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସାନିମନ୍ତେ ଛତ୍ରପୁର ମେଡିକାଲକୁ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ପଥର ବୋଝେଇ ହାଇୱା ଗାଡି ଗୋପାଳପୁର ବନ୍ଦର ଆଡଯାଇଥିବାରୁ ସେମାନେ ଗାଡିକୁ ଠିକ୍ ଧରି ପାରିନଥିଲେ ।କାଳିଆବାଲି ରାସ୍ତା ଓ ମାଟିଖାଲ ଗାଁ ରସ୍ତା ଦେଇ ଭାରିଯାନ ଚଳାଚଳ କରୁଥିବାରୁ ଗତ ୧୩ତାରିଖ ଦିନ ମାଟିଖାଲ ଗ୍ରାମବାସୀ ଚଳାଚଳ ବନ୍ଦ କରିବା ନିମନ୍ତେ ଆନ୍ଦୋଳନ କରିଥିଲେ । ଭାରିଯାନ ଚଳାଚଳ ଯୋଗୁଁ ସ୍କୁଲ ଓ କଲେଜ ପିଲାଙ୍କ ବହୁ ବାର ଦୁର୍ଘଟଣା ଘଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ