ପଥର ବୋଝେଇ ହାଇଓ୍ବା ଜବତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଖଣି ବିଭାଗ ପକ୍ଷରୁ ଶନିବାର ଅପରାହ୍ନରେ ଏକ ପଥର ବୋଝେଇ ହାଇଓ୍ବା (ଓଡି୩୨ଏଲ ୧୧୬୧)କୁ ଜବତ କରି ହିଞ୍ଜିଳି ଥାନାରେ ଅଟକ ରଖାଯାଇଛି। ଗତ କିଛି ମାସ ଧରି ହିଞ୍ଜିଳିକାଟୁ ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ପାହାଡରୁ ବେଆଇନ ଭାବେ ପଥର ଓ ମୋରମ ଚୋରା ଚାଲାଣ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ଜିଲ୍ଲା ଖଣି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜସ୍ବ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗତ କିଛି ଦିନ ଧରି ଜିଲ୍ଲା ଖଣି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜସ୍ବ ବିଭାଗ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ପଥର ଓ ମୋରମ ବୋଝେଇ ବିଭିନ୍ନ ଯାନବାହାନ ଉପରେ ଚଢ଼ାଉ କରୁଥିବା ଦେଖିବାକୁ ମିଳିଛି। ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ଖଣ୍ଡରା ଛକ ନିକଟରୁ ଏକ ପଥର ବୋଝେଇ ହାଇଓ୍ବାକୁ ଅଟକାଇ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିଥିଲେ। ହାଇଓ୍ବା ଚାଳକଙ୍କ ନିକଟରେ ପଥର ପରିବହନ କରୁଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ନଥିବାରୁ ହାଇଓ୍ବାକୁ ଜବତ କରିବା ସହ ହିଞ୍ଜିଳି ଥାନାରେ ଜିମା ଦେଇଥିଲେ।‌ ପ୍ରକାଶ ଥାଉକି ଗତ କିଛି ଦିନ ପୂର୍ବେ ହିଞ୍ଜିଳିକାଟୁ ତହସିଲଦାର, ଜିଲ୍ଲା ଖଣି ବିଭାଗ ଓ ପୁଲିସ ପ୍ରଶାସନ ଚଢ଼ାଉ କରି ବିଭିନ୍ନ ସମୟରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବାଲି, ପଥର ଓ ମୋରମ ବୋଝେଇ ବହୁ ହାଇଓ୍ବା, ଟ୍ରକ୍ ଓ ଟ୍ରାକ୍ଟରକୁ ଜବତ କରୁଥିବାର ନଜିର ରହିଛି। ଆଗାମୀ ଦିନରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବାଲି, ପଥର ଓ ମୋରମ ବୋଝେଇ ଗାଡି ଗୁଡିକ ଉପରେ ଚଢ଼ାଉ କରି ସଂପୃକ୍ତ ଗାଡି ମାଲିକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ତପନ କୁମାର ମହାପାତ୍ର କହିଛନ୍ତି।
ଫୋଟ – ଜବତ ପଥର ବୋଝେଇ ହାଇଓ୍ବା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ