ପଥର ମାଡରେ ଜଣେ ଆହତ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମଙ୍ଗରାଜପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପଥରରେ ମାଡ ମାରି ଆହତ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଗ୍ରାମର ଲଣ୍ଡା ବେହେରା ଘର ପାଖରେ ଠିଆ ହୋଇଥିବାବେଳେ କୈଳାଶ ଦେହୁରୀଙ୍କ ଜ୍ୱାଇଁ ନୁଆଗାଁ ଗ୍ରାମର ନିରଞ୍ଜନ ଦେହୁରୀ ରାସ୍ତା ମଝିରେ ଠିଆ ହୋଇ ତାଙ୍କ ସ୍ତ୍ରୀଙ୍କୁ କୁ ଭାଷାରେ ଗାଳିଗୁଲଜ କରୁଥିଲା । ଏହାକୁ ଲଣ୍ଡା ବିରୋଧ କରିବାରୁ ସେ ଲଣ୍ଡା ସହିତ ପାଟିତୁଣ୍ଡ କରି ଏକ ପଥରରେ ଆକ୍ରମଣ କରିବାରୁ ଲଣ୍ଡା ବେହେରାଙ୍କ ମୁହଁରେ ଗଭୀର ଆଘାତ ଲାଗିବା ସହିତ ରକ୍ତଶ୍ରାବ ହୋଇଥିଲା । ଗାଁ ଲୋକମାନେ ଆସି ଲଣ୍ଡାକୁ ଉଦ୍ଧାର କରିଥିଲେ । ନିରଞ୍ଜନ ଜୀବନରେ ମାରି ଦେବାକୁ ଧମକ ଚମକ ଦେଉ ଥିବାରୁ ଲଣ୍ଡାଙ୍କ ପତ୍ନୀ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହିତ ଆହତ ସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ଏହାର ତଦନ୍ତ ଆରମ୍ଭ କରିଛି ।


