ପଥ ବିକ୍ରେତା ସଂଘର ଆଲୋଚନା ସଭାରେ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି, (ଓ୍ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ତ୍ରିନାଥ ମନ୍ଦିର ରାସ୍ତାପାର୍ଶ୍ଵ ପଥବିକ୍ରେତା ସଂଘ ପକ୍ଷରୁ ସ୍ଥାନୀୟ ଶ୍ରମିକ ସଙ୍ଗଠନ ଏଆଇଟିୟୁସି କାର୍ଯ୍ୟାଳୟ ପରିସରରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିବା ସହ ଭୂତାଣୁ ସଂକ୍ରମଣ ଜନିତ କରୋନା ମହାମାରୀ ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ , ସଟ ଡାଉନ୍ ବେଳେ ରାସ୍ତା ପାର୍ଶ୍ଵ ପଥ ବିକ୍ରେତାମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଅସଂଘଟିତ କ୍ଷେତ୍ରରେ କାମ କରୁଥିବା ଏହି ଶ୍ରମିକ ମାନଙ୍କୁ ମାସିକ ୭,୫୦୦ ଟଙ୍କା ହାରରେ ସରକାରୀ ରିଲିଫ ସହାୟତା ପ୍ରଦାନ କରାଯିବା। ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାରେ ବିନା ଗ୍ୟାରେଣ୍ଟି ରେ ପର୍ଯ୍ୟାପ୍ତ ପରିମାଣରେ ବ୍ୟାଙ୍କ ୠଣ ପ୍ରଦାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିବା ଆବଶ୍ୟକ ବୋଲି ସେ ସଭାରେ ମତପ୍ରକାଶ କରିଥିଲେ।ଜନସଂଖ୍ୟାର ୯୮ ପ୍ରତିଶତ ଲୋକଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସାମଗ୍ରୀ ସ୍ୱଳ୍ପ ମୂଲ୍ୟରେ ରାସ୍ତା ପାର୍ଶ୍ଵ ପଥ ବିକ୍ରେତା ମାନେ ଯୋଗାଇଥାନ୍ତି।ସେମାନେ ସମାଜର ତୃତୀୟ ସର୍ବ ବୃହତ୍ତମ ଯୋଗାଣକାରୀ ସଂସ୍ଥା ରୁପେ କାର୍ଯ୍ୟ କରିଥାନ୍ତି।ଦେଶର ୪ ପ୍ରତିଶତ ବେକାର ଏଥିରେ ନିୟୋଜିତ ରହି ଜୀବିକାର୍ଜନ କରି ଥାନ୍ତି। ନ୍ୟାସନାଲ ହକର ଫେଡ଼ର ସନ ଦୀର୍ଘ ଦୁଇ ଦଶନ୍ଧି ଧରି ଆନ୍ଦୋଳନ କରିବା ପରେ କେନ୍ଦ୍ର ସରକାର ଗତ ୨୦୧୪ ମସିହାରେ ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିମୟ ଆଇନ ପ୍ରଣୟନ କରିଥିଲେ।ରାଜ୍ୟ ସରକାର ଏହାର ପରିପନ୍ଥୀ ନିୟମାବଳୀ ପ୍ରଣୟନ କରି ଏହି ଆଇନର ସୁଯୋଗରୁ ପଥ ବିକ୍ରେତା ମାନଙ୍କୁ ବଞ୍ଚିତ କରିଛନ୍ତି ବୋଲି ସଭାରେ ମତପ୍ରକାଶ ପାଇଥିଲା। ପରେ ନ୍ୟାସନାଲ ହକର ଫେଡ଼ରେସନ ( ଏନ୍ ହେଚ ଏଫ୍ ) ସଂଯୁକ୍ତ ଓଡ଼ିଶା ପଥ ବିକ୍ରେତା ସଂଘ( ଓ ଏସ ଭି ୟୁ ) ସହବନ୍ଧିତ ଶ୍ରୀ ତ୍ରିନାଥ ଠାକୁର ପଥବିକ୍ରେତା ସଂଘ ର ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସରକାର ଙ୍କ ଘୋଷଣା ଅନୁଯାୟୀ ତୁରନ୍ତ ଆର୍ଥିକ ସହା ଆର୍ଥିକ ସହାୟତା ପ୍ରଦାନ କରାନଗଲେ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯିବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସଙ୍ଘ ସମ୍ପାଦକ ବାବୁଲା ଚୌଧୁରୀ, କାର୍ଯ୍ୟକର୍ତ୍ତା ଆର୍. ପାଣ୍ଡବ ଦୋରା,ରଞ୍ଜନ ସାହୁ, ପ୍ରଫୁଲ୍ଲ ସାହୁ,ବଳରାମ ସାସମଲ,ଧୋବା ସାହୁ,ରମେଶ ସାହୁ, ବଳରାମ ସାହୁ,ସଞ୍ଜୟ ସ୍ବାଇଁ, ସୀମାଞ୍ଚଳ ସାହୁ,ଦଣ୍ଡପାଣି ବେହେରା, ନିଳାଞ୍ଚ ଳ ସାହୁ,ଲକ୍ଷ୍ମଣ ସାହୁ, ରୁନା ପାଢ଼ୀ, ମୁନା ବେହେରା,ସନ୍ତୋଷ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।