ପଥ ବିକ୍ରେତା ସଂଘ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା) :ନୂଆବର୍ଷ ଅବସରରେ ଓଡ଼ିଶା ପଥ ବିକ୍ରେତା ସଂଘ, ବାଲେଶ୍ୱର ଶାଖା ପକ୍ଷରୁ ବନ୍ଧୁମିଳନ ସହ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ସହରର ସିନେମା ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଶୀତବସ୍ତ୍ର ବଣ୍ଟନ ଶୁଭାରମ୍ଭ ସହ ପଥ ବିକ୍ରେତାଙ୍କ ସେବା ମୂଳକ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ନିଜେ କଷ୍ଟରେ ରହି ମଧ୍ୟ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ପ୍ରକୃତ ମାନବିକତା ବୋଲି ସେ କହିଥିଲେ । ଉଠା ଦୋକାନୀଙ୍କ ବିଭିନ୍ନ ସମସ୍ୟା ସମାଧାନ ନେଇ ଖୁବଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଏହି ଅବସରରେ ବିଧାୟକ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ । ସଂଗଠନର ଟାଉନ ସମ୍ପାଦକ ମୋହିନୀ ମୋହନ ପରିଡ଼ା ଏଥିରେ ଅଧ୍ୟକ୍ଷତା କରିବା ସହିତ ଜୀବନ ଜୀବିକାର ସୁରକ୍ଷା ସାଙ୍ଗକୁ ସମାଜ କଲ୍ୟାଣ କାର୍ଯ୍ୟ ସର୍ବଦା ଜାରି ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସହରର ବିଭିନ୍ନ ବସ୍ତି ଅଞ୍ଚଳର ୬୦ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ସିନେମାବଜାର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ଓ ଉପ-ସଭାପତି ଅବିଦ୍ ଖାନ୍‌ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଟିପିଟି ସିଂ, ରାମଚନ୍ଦ୍ର ପରିଡ଼ା, ମହମ୍ମଦ ଅସଲମ, ଅଭିରାମ ବାରିକ, ମନୋରଂଜନ ଆଶ, ଜଗବନ୍ଧୁ ସିଂହ, ଶେଖ୍ ଇସଲାମ, କୁଳମଣି ସାହୁ, ସନ୍ତୋଷ ସାହୁ, ଦୀନବନ୍ଧୁ ସାହୁ ପ୍ରମୁଖ ବିଭିନ୍ନ ଶାଖା କମିଟିର କର୍ମକର୍ତ୍ତା ଓ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପ୍ରାରମ୍ଭରେ ଦିବଂଗତ ରାଜନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପ୍ରତିଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ