ପଦାକଣାରେ ମୃତ ହରିଣ ଉଦ୍ଧାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ପଦାକଣା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ମୃତ ହରିଣ ଉଦ୍ଧାର କରାଯାଇଛି । ସକାଳ ୯ଟା ବେଳେ ପଦାକଣା ପାଶ୍ୱର୍ରେ ଥିବା ଜଙ୍ଗଲରେ ହରିଣଟିଏ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଜଣାଇଥିଲେ । ବନ ବିଭାଗ ପହଂଚିବା ବେଳକୁ ଉକ୍ତ ହରିଣଟିକୁ ବୁଲା କୁକୁର ମାନେ କାମୁଡି ମାରିଦେଇଥିଲେ । ଧାମନଗର ବନ ବିଭାଗର ଏ.ସି.ଏଫ ସାଧନା ବେହେରା, ବନରକ୍ଷୀ ବୁଲବୁଲ ମଲ୍ଲିକ, ଆଖୁଆପଦାର ରାମ ଚନ୍ଦ୍ର ସିଂ ଘଟଣା ସ୍ଥଳରେ ପହଂଚି ମୃତ ହରିଣକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପୋତି ଦେଇଥିଲେ । ମୃତ ହରିଣର ଓଜନ ୨୦ କିଗ୍ରା ହେବ ବୋଲି ଅନୁମାନ କରାଯାଇଛି ।