ପଦାଗାଁକୁ ୭ ଦିନ କଣ୍ଟେନମେଣ୍ଟ ଯୋନ୍ ଘୋଷଣା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ଅଡ଼ବା ପଞ୍ଚାୟତ ର ୧୦ନଂ ୱାର୍ଡ କୁ କଣ୍ଟେନମେଣ୍ଟ ଯୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳଙ୍କ । ନିର୍ଦେଶ ରେ ତହସିଲଦାର କଲ୍ୟାଣିସଂଘ ମିତ୍ରା ଦେବି ଗାଁ ରେ ଦୁଇଟି ଆକ୍ରାନ୍ତ ବାହରିବା ପରେ ୭ଦିନ ପାଇଁ ବନ୍ଦ କରିବା ସହ କାଠ ପକାଇ ବାଡ଼ କରା ଯାଇଛି ନିଷେଧା ଅଞ୍ଚଳ ଘୋଷଣା କରିବା ସହ କେହି ବାହାରକୁ ଆସିବେ ନାହିଁ କି କୌଣସି ବ୍ୟକ୍ତି ଏହିଭିତର କୁ ଯିବେ ନାହିଁ ଯଦି କୌଣସି ବ୍ୟକ୍ତି ଏହି ନିୟମ ଭାଙ୍ଗେ ଆଇନ ଅନୁଯାଇ ଦଣ୍ଡିତ ହେବେ ଓ କରେଣ୍ଟନ ରେ ରହିବେ । ତା ସହ ଅତି ଆବଶ୍ୟକ ସାମଗ୍ରୀ ଯେପରି ଟଙ୍କା ଦେଇ କିଣୁଥିଲେ ସେହିପରି ସରପଞ୍ଚ ଙ୍କୁ ଜଣାଇଲେ ସେ ରାସନ ସାମଗ୍ରୀ ପହଂଚି ଇବେ ବୋଲି କହିଛନ୍ତି ସଙ୍ଘ ମିତ୍ରା ଦେବି । ଏଇ ଅଞ୍ଚଳ କୁ ବନ୍ଦ କରିବା ସମୟରେ ଅଡ଼ବା ଥାନା ଭରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା,ସରପଞ୍ଚ,ମେଡ଼ିକାଲ ଟିମ ଉପସ୍ଥିତ ଥିଲେ ସେହି ପରି ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତ ରେ ଦୁଇ ଓ ମୋହନା ପଞ୍ଚାୟତ ରେ ଜଣେ ଚିହ୍ନଟ ସେଥି ମଧ୍ୟରୁ କରନା ଯୋଦ୍ଧା ୩ଜଣ ବୋଲି ଜଣା ପଡିଛି ଏହି ଅଞ୍ଚଳ କୁ ମଦ୍ୟ ଆବଶ୍ୟକ ପଡିଲେ ବନ୍ଦ କରାଯାଇପାରେ ବୋଲି ସୂଚନା ମିଳିଛି।