ପଦାଗାଁ ହରିହାଟ ମହୋତ୍ସବ ଅନୁଷ୍ଠିତ
ବାଲେଶ୍ୱର : ସଦର ବ୍ଲକ ଅନ୍ତର୍ଗତ ପଦାଗାଁ ଗ୍ରାମରେ ହରିହାଟ ମହୋତ୍ସବ ୭ ଦିନ ଧରି ଚାଲିଛି । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ । ନବମୀ ତିଥିରେ ମହୋତ୍ସବ ବଢିବା ପରେ ନନ୍ଦ ଉତ୍ସବ ହୋଇ ଗ୍ରାମରେ ମହାଜାକଜମକରେ ଦଧି ବୁଲେ । ପ୍ରଥମ ଦିବସରୁ ହରିହାଟ ପରିସରରେ ଅଧିବାସ, ହୋମ, ଆଳତୀ, ସନ୍ଧ୍ୟା ଆଳତୀ, ମଙ୍ଗଳ ଆଳତୀ ସହିତ ପୂଜାପାଠ କରାଯାଇ ଭାଗବତ ପାରାୟଣ ହୋଇଥାଏ । ପୃଥ୍ୟୁ ଜନ୍ମ, ସମୁଦ୍ର ମନ୍ଥନ, ହରି ଜନ୍ମ, ହରିନୋଟ୍, ରୁକ୍ମଣୀ ବିବାହ ଆଦି ପାଠ କରାଯାଇ ଶେଷ ଦିନ ପୂର୍ଣ୍ଣାହୁତି ହୋଇଥାଏ । ସନ୍ଧ୍ୟା ସମୟରେ ସଂକୀର୍ତ୍ତନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପୂଜକ ଅଜୟ କୁମାର ଦାସ (ବାବୁ ନନା) ନିଷ୍ଠାର ସହ ପୂଜା କରିଆସୁଥିବା ବେଳେ ସୁମର ନନା ଓ କରୁଣା ନନା ତାଙ୍କୁ ସହଯୋଗ କରିଥାଆନ୍ତି । ମହୋତ୍ସବ ହରିହାଟ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ ଓ ଆନ୍ତରିକତାରେ ୮ ବର୍ଷ ଧରି ହୋଇଆସୁଅଛି । ପ୍ରତିଦିନ ଏଠାରେ ହଜାରେରୁ ଉଦ୍ଧ୍ୱର୍ ଲୋକ ପ୍ରସାଦ ସେବନ କରିଥାଆନ୍ତି । କର୍ତ୍ତା ଭାବେ କରୁଣା ଦାସ, କରୁଣାକର ବିଶ୍ୱାଳ, ମିନା ବିଶୋଇ, ସରୋଜୀନି ମାଝୀ, ଲକ୍ଷ୍ମୀଧର ସ୍ୱାଇଁ, ପୁରୁଷୋତ୍ତମ ଦାସ, ସୁକାନ୍ତ ନାୟକ, ସୁରେନ୍ଦ୍ର ସାହୁ, ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିବା ସହିତ କମିଟି ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ସହଯୋଗ କରିଥାଆନ୍ତି ।
