ପଦାମୃତ ନୃତ୍ୟୟନ ଓ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ପାରଳାଖେମୁଣ୍ଡି ସ୍ଥିତ ଟାଉନ ହୋଲ ରେ ପଦାମୃତ ନୃତ୍ୟୟନ ଓ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶୀ ନୃତ୍ୟ ସହ ଦେଶାତ୍ମବୋଧକ ଗୀତ,ପଦାମୃତ ନୃତ୍ୟୟନ ର ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନୁରସିଂ ଚରଣ ପଟ୍ଟନାୟକ, ପଦାମୃତ ନୃତ୍ୟୟନ ର ଉପ ସଭାପତି ତଥା 3ନ ୱାଡ କାଉଁସଲର ଶ୍ରୀମତୀ ଖଗେଶ୍ୱରୀ ବେହେରା, ଗୁରୁ ରଘୁନାଥ ପାତ୍ର,ଅଧ୍ୟାପକ ନୁରସିଂହ ପ୍ରସାଦ ପଟନାୟକ,ପ୍ରମୂଖ ଉପସ୍ଥିତି ଥିଲେ । ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ ଶୁଭ୍ରାଂଶୁ ଶେଖର ପଟନାୟକ । ଏହି କାର୍ଯ୍ୟକ୍ରମ ଟି ପଦାମୃତ ନୃତ୍ୟୟନ ର ମୁଖ୍ୟ ଗୁରୁ ବିନ୍ଦୁପ୍ରିୟା ବେହେରା ଓ ଗୁରୁ ପ୍ରୀତିପ୍ରିୟା ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଟି ସମ୍ପୁର୍ଣ୍ଣ ଚିତ୍ର ୟୁ ଟୁବ ରେ ପ୍ରସାରିତ ହେବ ବୋଲି ସୂଚନା ଦେଇଛନ୍ତି ନୃତ୍ୟୟନ ର ପରିଚାଳକ ଘନଶ୍ୟାମ ବେହେରା ଓ ସଂଯୁକ୍ତା ବେହେରା ।


