ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରଷ୍କାର
ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଗବେଷଣା ପାଇଁ ଚଳିତ ବର୍ଷ ତିନିଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରଷ୍କାର । ସେମାନେ ହେଲେ ଆମେରିକୀୟ ବୈଜ୍ଞାନିକ ଜେମ୍ସ୍ ପେବଲ୍ସ, ସୁଇସ୍ ବୈଜ୍ଞାନିକ ମାଇକେଲ୍ ମେୟର ଏବଂ ଦିଦିଆର୍ କ୍ସୋଲେଜ୍ କସମୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ଜେମ୍ସ୍ ପେବଲ୍ସଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେହିପରି ସୌର ମଣ୍ଡଳ ଭଳି ନକ୍ଷତ୍ର ଚାରିପଟେ ଘୁରିବୁଲୁଥିବା ଏକ୍ସୋ-ପ୍ଲାନେଟ୍ ଉପରେ ଉଲ୍ଲେଖନୀୟ ଗବେଷଣା ଲାଗି ମାଇକେଲ୍ ମେୟର ଏବଂ ଦିଦିଆର୍ କ୍ସୋଲେଜଙ୍କୁ ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ।