ପଦୋନ୍ନତିରେ ଆରକ୍ଷଣକୁ ବିରୋଧ : ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ପଦୋନ୍ନତିରେ ଆରକ୍ଷଣକୁ ବିରୋଧ କରି ସର୍ବୋଚ୍ଚ କୋର୍ଟ ପ୍ରଦାନ କରିଥିବା ରାୟକୁ ବିରୋଧ କରି ସଂସଦରେ ହଙ୍ଗାମା ହୋଇଛି । ବିଭିନ୍ନ ବିପକ୍ଷ ଦଳଙ୍କ ସମେତ ଏନ୍‌ଡିଏର ସହଯୋଗୀ ଅପ୍‌ନା ଦଳ ଏବଂ ଏଲ୍‌ଜେପି ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପଦୋନ୍ନତିରେ ଆରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଦେଶରୁ ଆରକ୍ଷଣ ବ୍ୟବସ୍ଥାକୁ କେବେବି ହଟାଯାଇପାରିବ ନାହିଁ ବୋଲି ଉଭୟ ମତ ଦେଇଛନ୍ତି । ଏହା ସହିତ ସହଯୋଗୀ ଦଳ ଅପ୍‌ନା ଦଳର ଅନୁପ୍ରିୟା ପଟେଲ ଏବଂ ଏଲଜେପିର ଚିରାଗ ପାଶ୍ବାନ ଏହାକୁ ବିରୋଧ କରିବା ସହିତ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ