ପଦୋନ୍ନତି ଅଦାଲତ ପାଇଁ ସାଧାରଣ ପ୍ରଶାସନ ବିଭାଗର ପ୍ରାକ୍‌-ପ୍ରସ୍ତୁତି

ଭୁବନେଶ୍ୱର, ୨୬ ଜାନୁଆରୀ ୨୦୨୦ପଦୋନ୍ନତି ଅଦାଲତ୍‌ ପାଇଁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବ୍ୟାପକ ପ୍ରାକ୍‌ପ୍ରସ୍ତୁତି କରାଯାଇଛି । ଏଥି ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍‌ଡାଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବିଭାଗୀୟ ଅଧିକାରୀମାନଙ୍କର ବୈଠକ ବସିଥିଲା । ବୈଠକ ପରେ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ ଡିସେମ୍ବର ୩୧ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଯୋଗ୍ୟଥିବା କିନ୍ତୁ ପଦୋନ୍ନତି ପାଇନଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁଆରୀ ୨୮, ୨୯ ଓ ୩୧ ତାରିଖରେ ପ୍ରଥମ ରାଉଣ୍ଡ ପଦୋନ୍ନତି ଅଦାଲତ ହେବା ପାଇଁ ସ୍ଥିର କରାଯାଇଛି । ଏଥି ପାଇଁ ୨୨୭୩ ଦରଖାସ୍ତକାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି । ଏହି ତାଲିକା //www.gaodisha.gov.in/node/2087 ରେ ଅପ୍‌ଲୋଡ୍‌ କରାଯାଇଛି । ଦରଖାସ୍ତକାରୀମାନଙ୍କୁ ଇ-ମେଲ୍‌ ମଧ୍ୟମରେ ସ୍ୱୀକୃତିପତ୍ର, ଶୁଣାଣି, ସ୍ଥାନ ଓ ତାରିଖ ପଠାଯାଇଛି । କେବଳ ସ୍ୱୀକୃତି ପତ୍ର ପାଇଥିବା କର୍ମଚାରୀମାନେ ନିର୍ଦ୍ଧାରିତ ତାରିଖ ଅନୁସାରେ ଅଦାଲତକୁ ଆସିବେ । ଆସିବାବେଳେ ସାଙ୍ଗରେ ସ୍ୱୀକୃତି ପତ୍ର ଆଣିବେ । ନିଜେ ନିଜର ପକ୍ଷ ରଖିବେ । କର୍ମଚାରୀଙ୍କ ତରଫରୁ ଓକିଲ ବା କୌଣସି ଦ୍ୱିତୀୟ ବ୍ୟକ୍ତି ପକ୍ଷ ରଖିପାରିବେ ନାହିଁ । ବାକି ରହିଥିବା ଦରଖାସ୍ତକାରୀମାନଙ୍କ ପାଇଁ ଦ୍ୱିତୀୟ ରାଉଣ୍ଡ ଶୁଣାଣି ଫେବୃଆରୀ ମାସ ୨୭, ୨୮ ଓ ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି । ସେମାନଙ୍କୁ ଇ-ମେଲ୍‌ ମାଧ୍ୟମରେ ସ୍ୱୀକୃତି ପତ୍ର ପଠାଇ ଦିଆଯିବ ବୋଲି ଶ୍ରୀ ଚୋପ୍‌ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ