ପଦୋନ୍ନତି ଓ ବିଦାୟକାଳୀନ ସମ୍ବର୍ଦ୍ଧନା
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡାଙ୍କ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ ପଦୋନ୍ନତି ହୋଇଛି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀ ପଣ୍ଡାଙ୍କୁ ପଦୋନ୍ନତି ଲାଗି ଶୁଭେଚ୍ଛା ଦେବା ସହ ବିଦାୟକାଳୀନ ସମ୍ବର୍ଦ୍ଧନା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରି ଶ୍ରୀ ପଣ୍ଡାଙ୍କ କର୍ତ୍ତବ୍ୟ ଏବଂ ନିଷ୍ଠାପର ଦାୟିତ୍ୱ ସଂପର୍କରେ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରା, ସେକ୍ସନ୍ ଅଫିସର ପ୍ରଶାନ୍ତ କୁମାର ଶତପଥୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କ ଗୁଣଗାନ କରିବା ସହ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।


