ପଦ୍ଣ ଧରିଲେ ଅଭିନେତା ସନୀ ଦେଓଲ

ବଲିଉଡ଼ ଅଭିନେତା ସନୀ ଦେଓଲ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସନୀଙ୍କୁ ଦଳରେ ସାମିଲ କରିବା ସହ ଫୁଲତୋଡ଼ା ଦେଇ ତାଙ୍କର ସ୍ୱାଗତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଜେପି ପକ୍ଷରୁ ସନୀ ଗୁରଦାସପୁରରୁ ନିର୍ବାଚନ ଲଢିପାରନ୍ତି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଦୀର୍ଘଦିନର ପାରିବାରିକ ସମ୍ପର୍କ ଏବେ ରାଜନୈତିକ ସମ୍ପର୍କରେ ପରିଣତ ହୋଇଛି। ୨୦୦୮ରେ ଧର୍ମେନ୍ଦ୍ର ଦଳର ସାଂସଦ ଥିଲେ ଓ ଏବେ ତାଙ୍କ ପୁଅ ସନୀ ଦେଓଲ ମଧ୍ୟ ଜନସାଧାରଣଙ୍କ ମନରେ ନିଜ ରାଜନୈତିକ ଛାପ ଛାଡ଼ିବାରେ ସଫଳ ହେବେ ବୋଲି ଭରସା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ