ପଦ୍ମଚରଣ ସାମନ୍ତସିଂହାର ଫୁଟବଲ ଏନଏ ଏ ୩- ୦ ଗୋଲରେ ବିଜୟୀ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ୮ମ ପଦ୍ମଚରଣ ସାମନ୍ତସିଂହାର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି।ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ପରସ୍ପରକୁ ଭେଟିଥିଲେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଓ କଟକ ଚାଉଳିଆଗଞ୍ଜର କେ.ବି.ଏଫ.ସି। ଆଥଲେଟିକ ଆସୋସିଏସନ୍ ୩-୦ ଗୋଲରେ କେ.ବି.ଏଫ.ସିକୁ ହରାଇ ବିଜୟ ଲାଭ କରିଛି।ଜ୍ଞାନରଞ୍ଜନ ଭୋଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ସୁଦିପ୍ ଦାସ,ରାଜେନ୍ଦ୍ର ବାରିକ, ପ୍ରିୟବ୍ରତ ବାହିନିପତି,ସମର ବରାଳ ଓ ପଦ୍ମଚରଣ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ। ଅତିଥି ଭାବେ ଜଗତ ପ୍ରସାଦ ସାବୁତ୍,ଦୁର୍ଗା ପ୍ରସାଦ ବାରିକ,ସୂର୍ଯ୍ୟକାନ୍ତ ବରାଳ, ପବିତ୍ର ମୋହନ ବେହେରା ଓ ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ ଯୋଗଦେଇଥିଲେ। ଆସନ୍ତାକାଲି ପରସ୍ପରକୁ ଭେଟିବେ ଝାଡ଼ଖଣ୍ଡର ଧାନବାଦ ଫୁଟବଲ ଏକାଡେମୀ ଓ ଭୁବନେଶ୍ଵରର ଜଗା ଏକାଡେମୀ।


