ପଦ୍ମଚରଣ ସାମନ୍ତସିଂହାର ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର ର ଜେ. ୟୁ. ସେମିରେ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଆଥେଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ୮ମ ପଦ୍ମଚରଣ ସାମନ୍ତସିଂହାର ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିବସ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଫୁଟବଲ କ୍ଲବ ଧାନବାଦ ଏବଂ ଜଗା ୟୁନାଇଟେଡ କ୍ଲବ ଭୁବନେଶ୍ୱର ।ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ରେ ଉଭୟ ଦଳ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିବାରୁ ବାରବାଟି ପଡ଼ିଆ ରେ ଉପସ୍ଥିତ ହଜାର ହଜାର ଦର୍ଶକ ବେଶ ଆନନ୍ଦିତ ହୋଇଥିଲେ ।ପ୍ରଥମାର୍ଦ୍ଧରେ ଜଗା ଏକାଡେମୀ ଭୁବନେଶ୍ୱର ୧-୦ ରେ ଆଗୁଆ ରହିଥିଲା।ଦିତୀୟାର୍ଦ୍ଧର ୫୪ ମିନିଟ ରେ ଫୁଟବଲ କ୍ଲବ ଧାନବାଦ ପକ୍ଷରୁ ୧୧ ନମ୍ବର୍ ଖେଳାଳି ଜିତେନ୍ଦ୍ର କୁମାର ଙ୍କ ସୁନ୍ଦର ଫିଲ୍ଡ ଗୋଲ ମାଧ୍ୟମରେ ଖେଳକୁ ୧-୧ ସ୍ତରକୁ ଆଣିବା ଦ୍ଵାରା ଖେଳ ବେଶ ରୋମାଞ୍ଚକର ସ୍ଥିତିକୁ ଆସିଥିଲା ।ଦିତୀୟାର୍ଦ୍ଧ ର ୬୫ ମିନିଟ ରେ ୮ ନମ୍ବର ଖେଳାଳି ସୋମନାଥ ଫିଲ୍ଡ ଗୋଲ ମାଧ୍ୟମରେ ଦଳକୁ ୨-୧ ରେ ଅଗ୍ରଣୀ କରାଇ ଥିବାବେଳେ ଖେଳର ୬୬ ମିନିଟ ରେ ୧୦ ନମ୍ବର ଖେଳାଳି ଜଗା ୟୁନାଇଟେଡ ପକ୍ଷରୁ ଆଉ ଏକ ସୁନ୍ଦର ଗୋଲ ଦେଇ ଦଳକୁ ୩-୧ ଗୋଲରେ ଅଗ୍ରଣୀ କରାଇ ବିଜୟୀ କରାଇଥିଲେ ।ଆଜିର ମ୍ୟାଚ ରେ ଜଗା ୟୁନାଇଟେଡ ଭୁବନେଶ୍ୱର ର ୮ ନମ୍ବର ଖେଳାଳି ସୋମନାଥ ମହାନ୍ତି ନିମାପଡ଼ା ଏସ ଡି ପି ଓ ଦେବାଶିଷ ମିଶ୍ର ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳ କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ନିମାପଡା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଶିକ୍ଷା ଜିଲ୍ଲା ଅଧିକାରୀ ଦ୍ଵିତିକାନ୍ତ ପ୍ରଧାନ , ନିମାପଡା ଆଇ ଆଇ ସି ଶଙ୍କର୍ଷଣ ଦଳାଇ ଏବଂ ନିମାପଡ଼ା ର ପୂର୍ବତନ ଖେଳାଳୀ ଧିରେନ ବରାଳ ପ୍ରମୁଖ ଯୋଗଦାନ କରିଥିଲେ। ଆୟୋଜକ ଅନୁଷ୍ଠାନ ର ଦୋଳ ଗୋବିନ୍ଦ ସେଠୀ ,ଅମରେଶ ନନ୍ଦନ ସାହୁ ଏବଂ ମହେନ୍ଦ୍ର ସିଂ ଭାଟିଆ ଉପସ୍ଥିତ ଥିଲେ ।ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ରାଜେନ୍ଦ୍ର ବାରିକ,ସୁଦୀପ ଦାସ ,ପ୍ରିୟବ୍ରତ ବାହିନୀପତି ,ସମର ବରାଳ ଏବଂ ପଦ୍ମଚରଣ ପାଣିଗ୍ରାହୀ ।ଆସନ୍ତାକାଲି ର ମ୍ୟାଚ ୱା ବି ସି ରାଉରକେଲା ଏବଂ ୟୁନାଇଟେଡ ଫୁଟବଲ କ୍ଲବ ଗଣ୍ଡରପୁର ,ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ର ସମ୍ପାଦକ ଜିବନାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ