ପଦ୍ମଚରଣ ସାମନ୍ତସିଂହାର ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ୫-୩ ଗୋଲ ରେ ୟୁନାଇଟେଡ କ୍ଲବ ବିଜୟୀ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଆଥେଲେଟିକ ଆସୋସିଏସନ ଆନୁକୁଲ୍ୟରେ ଚାଲିଥିବା ୮ମ ପଦ୍ମଚରଣ ସାମନ୍ତସିଂହାର ସର୍ବଭାରତୀୟ ଫୁଟବଲ ପ୍ରତିଯୋଗୀତା ର ଆଜି ଥିଲା ଚତୁର୍ଥ ଦିବସ । ଆଜି ପରସ୍ପରକୁ ଭେଟିଥିଲେ ୟୁନାଇଟେଡ କ୍ଲବ୍ ଭଦ୍ରକ ଓ ଡି ଏଫ ଏ କୋରାପୁଟ। ଖେଳର ପ୍ରଥମାର୍ଦ୍ଧ ୧୩ ମିନିଟ ରେ ୟୁନାଇଟେଡ କ୍ଲୁବ, ଭଦ୍ରକ ର ୧୫ ନମ୍ବର ଖେଳାଳି ଏକ ସୁନ୍ଦର ଗୋଲ ଦେଇ ଦଳକୁ ୧-୦ ରେ ଅଗ୍ରଣୀ କରାଇଥିଲେ ।ପରସ୍ପର ୨୩ ତମ ଓ ୨୪ ତମ ମିନିଟରେ କୋରାପୁଟ ଦଳ ୨ଟି ଗୋଲ ଦେଇ ୨-୧ ଗୋଲରେ ଅଗ୍ରଣୀ ହୋଇଥିଲା । ପ୍ରଥମାର୍ଦ୍ଧ ର ଖେଳର ୩୯ତମ ମିନିଟରେ ଭଦ୍ରକ ର ୧୫ ନମ୍ବର ଖେଳାଳି ୨ ୟ ଗୋଲ ଦେଇ ଖେଳକୁ ୨-୨ ସମାନ ସ୍ତରକୁ ଆଣିଥିଲେ ।ଦିତୀୟାର୍ଦ୍ଧ ରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଖେଳି କେହି କାହାକୁ ଗୋଲ ଦେଇ ପାରି ନଥିଲେ ।ଟ୍ରାଇ ବ୍ରେକର ୫-୩ ରେ ଭଦ୍ରକ ଦଳ ବିଜୟୀ ହୋଇଥିଲା ।ଭଦ୍ରକ ଦଳର ୧୫ ନମ୍ବର ଖେଳାଳି ବାଦଲ କୁମାର ଭୋଇ ୨ ଟି ଗୋଲ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୂର୍ବତନ ଫୁଟବଲ ଖେଳାଳି ସେକ ଏନାତୁଲା ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ବିନୟ କୁମାର ମଙ୍ଗରାଜ,ଶୁଦୀପ କୁମାର ଦାସ, ସୁଶାନ୍ତ କୁମାର ରାଉତରାୟ , ଏବଂ ପଦ୍ମଚରଣ ପାଣିଗ୍ରାହୀ ।ସତ୍ୟଜିତ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆଜି ର ମ୍ୟାଚ କୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶଶିଭୂଷଣ ମିଶ୍ର ,ପ୍ରଭାତ କୁମାର ଦାସ , ପ୍ରଶାନ୍ତ କୁମାର ସାହୁ , ମହେନ୍ଦ୍ର ସିଂ ଭାଟିଆ , ମେଜର ଅମରେଶ ନନ୍ଦନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।ଆସନ୍ତା କାଲି ସେମି ଫାଇନାଲ ମ୍ୟାଚ ଆଥେଲେଟିକ ଆସୋସିଏସନ୍ ଓ ଜଗା ୟୁନାଇଟେଡ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଜୀବନାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି ।


