ପଦ୍ମଚରଣ ସାମନ୍ତସିଂହାର ସର୍ବଭାରତୀୟ ଫୁଟବଲ ଗଣ୍ଡରପୁର ଚମ୍ପିଆନ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ୮ମ ପଦ୍ମଚରଣ ସାମନ୍ତସିଂହାର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ପରସ୍ପରକୁ ଭେଟିଥିଲେ ଭୁବନେଶ୍ୱରର ଜଗା ୟୁନାଇଟେଡ଼ ଓ ଗଣ୍ଡରପୁରର ୟୁନାଇଟେଡ଼ ଏଫ.ସି।ଆଜିର ଫାଇନାଲ ଖେଳ ବେଶ ରୋମାଞ୍ଚକର ଥିଲା। ପ୍ରଥମାର୍ଦ୍ଧରେ ଗଣ୍ଡରପୁର ର ୟୁନାଇଟେଡ଼ ଏଫ.ସି ୩-୦ ଗୋଲରେ ଅଗ୍ରଣୀ ଥିବାବେଳେ ଦ୍ଵିତୀୟାର୍ଦ୍ଧରେ ୩-୧ ଗୋଲରେ ବିଜୟଲାଭ କରି ଚମ୍ପିଆନ ହେବାର ଗୌରବ ହାସଲ କରିଛି।ବାପୁନୀ ବିନ୍ଧାଣି ମ୍ୟାନ ଅଫ ଦି ମ୍ୟାଚ ଓ ଶ୍ରେଷ୍ଠ ଫରୱାର୍ଡ ଖେଳାଳୀ ହୋଇଥିଲେ।ଶ୍ରେଷ୍ଠ ଗୋଲକିପର ଭାବେ ଅବିନାଶ ରାଉତ,ଶ୍ରେଷ୍ଠ ଡିଫେଣ୍ଡର ପ୍ରୀତିଶ କୁମାର (ଗଣ୍ଡରପୁର),ଶ୍ରେଷ୍ଠ ହାପ୍ ସୋମନାଥ ମହାନ୍ତି(ଜଗା ୟୁନାଇଟେଡ଼) ହୋଇଥିଲେ।ରାଜୁ ମହାନ୍ତି,ପ୍ରିୟବ୍ରତ ବାହିନୀପତି, ରାଜେନ୍ଦ୍ର ବାରିକ, ସୁଶାନ୍ତ ରାଉତରାୟ ଓ ପଦ୍ମଚରଣ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ।ବିଶ୍ଵଜିତ କାନୁନଗୋ ଓ ଜ୍ୟୋତିରଞ୍ଜନ ମହାନ୍ତି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସସ୍ମିତା ସାହୁ, ବରିଷ୍ଠ ଚିକିତ୍ସକ ନେତ୍ରାନନ୍ଦ ଭୋଇ ଓ କାଉନସିଲର ଅନସୂୟା ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିଆନ ଦଳକୁ ନଗଦ ୩୫ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ୍ ଦଳକୁ ୨୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ।