ପଦ୍ମନାଭପୁରରେ ଦିବାରାତ୍ର ଆନ୍ତଃରାଜ୍ୟ କବାଡି ଟୁର୍ନାମେଣ୍ଟ ଉଦଯାପିତ
ଦିଗପହଣ୍ଡି, (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମ ମିନିଷ୍ଟାଡିୟମ ରେ ଚାଲିଥିବା ଦିବାରାତ୍ର ଆନ୍ତଃରାଜ୍ୟ କବାଡି ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ମାଁ କନକଦୂର୍ଗା ସ୍ୱଚ୍ଛାସେବୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ଗଞ୍ଜାମ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ବିକାଶ କୁମାର ପଶୁପାଳକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଦିଗପହଣ୍ଡି ବ୍ଳକ କଂଗ୍ରେସ କମିଟି ସଭାପତି ଅଭିମନ୍ୟୁ ଜାନୀ, କାର୍ଯ୍ୟକର୍ତ୍ତା ଶିବ ସାହୁ, ଲଲାଟ ପ୍ରଧାନ,ସି ଏଚ . ବଡୁ ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟଅତିଥି ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ମାନପତ୍ର ବଣ୍ଟନ କରିଥିଲେ। ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ପ୍ରତିଯୋଗିତାକୁ ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପଞ୍ଚାୟତ ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ , ୱାର୍ଡସଭ୍ୟ ବସନ୍ତ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟୁର୍ନା ମେଣ୍ଟରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୬ ଟି କବାଡି ଟିମ୍ ଅଂଶଗ୍ରହଣ କରିଥିଲେ। ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା କଲେଜ ଏହି ଟୁର୍ନାମେଣ୍ଟ ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ର ତେପନପୁଣ୍ଡି ଗ୍ରାମର କବାଡି ଟିମ୍ କୁ ରନର୍ସଅପ୍ ଭାବେ ପୁରସ୍କୃତ କରାଯାଇଥିଲା। ମାଁ କନକ ଦୁର୍ଗା ଯୁବକ ସଂଘର କାର୍ଯ୍ୟ କର୍ତ୍ତା ବାବୁ ପ୍ରଧାନ, ସମୀର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ସମସ୍ତ ମ୍ୟାଚ କୁ ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ , ପଦ୍ମନାଭପୁୁର ନୋଡାଲ ହାଇସ୍କୁଲ କ୍ରୀଡା ଶିକ୍ଷକ ଏମ୍ . ସୁକୁରୁ ରେଡ୍ଡୀ , ନୂଆପଡ଼ା ହାଇସ୍କୁଲ କ୍ରୀଡା ଶିକ୍ଷକ ଜଗନ୍ନାଥ ପ୍ରସାଦ , ଖେମୁଣ୍ଡି ମହାବିଦ୍ୟାଳୟ କ୍ରୀଡା ଶିକ୍ଷକ ଏସ୍ .ସୀତାରାମ ମୂର୍ତ୍ତୀ , ଅନ୍ୟାନ୍ୟ କ୍ରୀଡା ଶିକ୍ଷକ ରାମକୃଷ୍ଣ ପାଣିଗ୍ରାହୀ , ନରସିଂହ ସେଠୀ , ତ୍ରିଲୋଚନ ଜାନୀ , ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ମ୍ୟାଚ ଗୁଡ଼ିକୁ ପରିଚାଳନା କରିଥିଲେ ।


