ପଦ୍ମନାଭପୁରରେ ବିଜୁ କନ୍ୟାରତ୍ନ ଯୋଜନା ସଚେତନତା କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ବିଜୁ କନ୍ୟାରତ୍ନ ଯୋଜନା ଆନୁକୁଲ୍ୟରେ ଶିଶୁ ପାଇଁ ଦିନଟିଏ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସି ଡି ପି ଓ ପୁଷ୍ପାଞ୍ଜଳୀ ଶତପଥୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ପଦ୍ମନାଭପୁର ସେକ୍ଟର ଅଙ୍ଗନୱାଡ଼ି ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀଙ୍କ ସଂଯୋଜନାରେ ଅତିଥି ବୃନ୍ଦ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଅବଗତ କରାଇବା ସହ ଶିଶୁ ସୁରକ୍ଷାର ସଫଳ ରୂପାୟନ ନିମନ୍ତେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ , ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ରୋକିବା ଦିଗରେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଙ୍ଗନୱାଡି କର୍ମୀ , ଆଶା କର୍ମୀ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ୱାର୍ଡସଭ୍ୟ ଏସ୍ . ସଞ୍ଜୀତ କୁମାର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଗଣେଶ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।


