ପଦ୍ମନାଭପୁର ରେ  ଜୋନାଲ ସ୍ତରୀୟ  କ୍ରୀଡା ପ୍ରତିଯୋଗିତା ଉଦଘାଟିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ଖେଳ ପଡିିଆ  ରେ ଜୋନାଲ ସ୍ତରୀୟ  କ୍ରୀଡା ପ୍ରତିଯୋଗିତା ବୁଧବାର ଉଦଘାଟିତ ହୋଇଯାଇଛି। ଦିଗପହଣ୍ଡି ବ୍ଳକ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ହାଇସ୍କୁଲ ପରିଚାଳନା କମିଟି ସଭାପତି ବି.କ୍ରିଷ୍ଣା ରାଓ ସୁବୁଦ୍ଧି ସଂଯୋଜନା କରିଥିଲେ।  ଜିଲା ଶାରିରୀକ ପ୍ରଶିକ୍ଷକ ଭାଗିରଥୀ ସ୍ବାଇଁ , ଚିକିଟି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ଚିକିଟି ବ୍ଲକ ଅଧ୍ୟକ୍ଷ ଆପନା ସେଠୀ , ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି , ଆଇନଜୀବୀ ହରପ୍ରସାଦ ରଥ , ସାମାଜିକ କର୍ମୀ ଏମ୍ . ନିରଞ୍ଜନ ରେଡ୍ଡୀ ,  କୃଷ୍ଣଚନ୍ଦ୍ର ସେଠୀ , କରପଡା ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ , ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ମହାରଣା , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥିବୃନ୍ଦ  ପ୍ରଦୀପ ପ୍ରଜ୍ବଳନ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ର ବ୍ଲକ ସଭାପତି ରାଜେନ୍ଦ୍ର ଗୈାଡ ମଞ୍ଚ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି , ସାନଖେମୁଣ୍ଡି ଓ ଚିକିଟି ବ୍ଳକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବହୁ ସଂଖ୍ୟକ କ୍ରୀଡା ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ଏହି କ୍ରୀଡା ପ୍ରତିଯୋଗିତାର ମହତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିଲେ।  ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଶୁକୁରୁ ରେଡ୍ଡୀ , ଏମ୍ . ଗୈାରାଙ୍ଗ , ଶସ୍ମିତା ପ୍ରଧାନ , କୈଳାସ ରେଡ୍ଡୀ , ସିମାଞ୍ଚଳ ପାଢ଼ୀ , ଜଗନ୍ନାଥ ପ୍ରସାଦ , ଅରୁଣ ପ୍ରଧାନ , ଦାମୋଦର ପ୍ରଧାନ , କେ . ଜ୍ୟୋତି ଙ୍କ ସମେତ ବହୁ କ୍ରୀଡା ଶିକ୍ଷକ , ସମସ୍ତ ବିଦ୍ୟାଳୟ ସିଆରସିସି  , ପ୍ରଧାନ ଶିକ୍ଷୟିତ୍ରୀ ,ପ୍ରଧାନଶିକ୍ଷକ  ଏବଂ ଏନ୍ ସି ସି ଓ ସ୍କାଉଟ ଟିମ୍ ର ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ  କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏବିଇଓ ରସାନନ୍ଦ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ