ପଦ୍ମନାଭପୁର ରେ ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ତାଲିମ କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ଆର୍ଥିକ ପରିଚାଳନା ନେଇ ତାଲିମ କାର୍ଯ୍ୟକ୍ରମ ଏବଂ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତି ସଭ୍ଯା ସୁନୀତା ରେଡ୍ଡୀ , ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ସେଠୀ , ବିପିସି ଅଜୟ କୁମାର ସାହୁ , ଅଙ୍ଗନୱାଡ଼ି ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସିଡ଼ିପିଓ ପୁଷ୍ପାଞ୍ଜଳୀ ଶତପଥୀ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ସ୍ତରୀୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ କୁୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେେ।ସୈାଭାଗ୍ୟବତୀ ୭ ଜଣ ଗେହ୍ଲା ଝିଅଙ୍କ ମାଆଙ୍କୁ ସଭାରେ ସମ୍ବର୍ଦ୍ଧନା କରାଯିବା ସହ ସେମାନଙ୍କୁ ବିଭିନ୍ନ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏଥିସହ ଅତିଥିମାନେ ପ୍ରଚଳିତ ସମାଜରେ ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ କରାଯିବା , ପଞ୍ଚାୟତ ଏବଂ ଗ୍ରାମାଞ୍ଚଳରେ ବାଲ୍ୟବିବାହ ପ୍ରଥା ବନ୍ଦ କରିବା , ଝିଅ ଚାଲାଣ ବନ୍ଦ କରାଯିବା , କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ , ଶିଶୁ ଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀ ଏବଂ ମହିଳା ମାନଙ୍କୁ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ସଚେତନ କରିଥିଲେ। କିଶୋରୀ ବାଳିକା ଓ ବାଳକ ମାନଙ୍କ ଭବିଷ୍ୟତ କୁ ଅନ୍ଧାର ମଧ୍ୟକୁ ନ ଠେଲିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ଆର୍ଥିକ ପରିଚାଳନା ନିମନ୍ତେ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ଜରିଆରେ ଯେଉଁ ଋଣ ରାଶି ପ୍ରଦାନ କରାଯାଉଛି ତାର ସଦବିନିଯୋଗ ଏବଂ ସଠିକ ପରିଚାଳନା କିପରି କରିପାରିବେ ଏବଂ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କରି ସେ ସବୁକୁ କିପରି ପରିଚାଳନା କରି ସେଥିରେ ଅନ୍ୟ ମାନଙ୍କୁ କିଭଳି ସ୍ବାବଲମ୍ବୀ କରାଯାଇ ପାରିବ ସେ ନେଇ ଶିବିରରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ , ୱାର୍ଡ ସଭ୍ୟ ସୁକାନ୍ତି ନାୟକ , ପଞ୍ଚାୟତ ସ୍ତରୀୟ ମହିଳା ଆତ୍ମ ସହାୟିକା ସଂଘ ର ସଭାନେତ୍ରୀ ପ୍ରମୋଦିନୀ ପଣ୍ଡା ଙ୍କ ସମେତ ବହୁ ଅଙ୍ଗନୱାଡି କର୍ମୀ ଓ ମହିଳା ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।