ପଦ୍ମନାଭପୁର ଶିଶୁ ମନ୍ଦିର ‘ଶ୍ରୀଧାମ’ର ବାର୍ଷିକୋତ୍ସବ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ‘ଶ୍ରୀଧାମ’ର ୨୨ତମ ବାର୍ଷିକୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ଯ ଭବାନୀ ଶଙ୍କର ଡାକୁଆ ଏହାକୁ ଉଦଘାଟନ କରିଥିଲେ। ପୂର୍ବତନ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପରିଚାଳନା ସମିତି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, ଅଭିଭାବକ ରାଜେନ୍ଦ୍ର ରଥ ଏବଂ ଜିତେନ୍ଦ୍ର କୁମାର କୁଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଶିଶୁ ମାନଙ୍କ ଆଚରଣକୁ ମାର୍ଜିତ କରିବାରେ ଅଭିଭାବକ ମାନଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପଥରକୁ ଦେବାଦେବୀଙ୍କ ମୂର୍ତ୍ତିରେ ରୂପାନ୍ତରିତ କରିପାରୁଥିବା ନିଖୁଣ ଶିଳ୍ପୀ ଭଳି ଶିଶୁ ମାନଙ୍କୁ ଗଢିବା ଦରକାର ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର ଶିଶୁ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରାରମ୍ଭରେ ଶିକ୍ଷୟିତ୍ରୀ ଶୁଚିସ୍ମିତା ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ବିଦ୍ଯାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ଉତ୍ସବ ପରିଚାଳନାରେ ଶ୍ରୀଧାମର ସମସ୍ତ ଆଚା ର୍ଯ୍ୟା, ଆଚାର୍ଯ୍ୟ ବୃନ୍ଦ ସହଯୋଗ କରିଥିଲେ।


