ପଦ୍ମନାଭପୁର ହାଇସ୍କୁଲ ର ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ସ୍ୱଗୀୟ ଗୁରୁ ଓ ସହପାଠୀଙ୍କ ଉଦେଶ୍ୟରେ ସୃତି ଚାରଣ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ରାଧେଶ୍ୟାମ ହାଇସ୍କୁଲ 1982 ବର୍ଷର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ଓ ସ୍ୱଗୀୟ ଗୁରୁ ଓ ସହପାଠୀଙ୍କ ଉଦେଶ୍ୟରେ ସୃତି ଚାରଣ କାଯ୍ୟକ୍ରମ ଖେମୁଣ୍ଡି କାଳୁଆ ପୀଠରେ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମ ରେ 23 ଜଣ ପୁରାତନ ଛାତ୍ର ଉପସ୍ଥିତ ରହି ବିଗତ 33 ବର୍ଷ ପୁରୁଣା ସ୍ମୃତିକୁ ମନେ ପକାଇବା ସହ ପରସ୍ପର ମଧ୍ୟରେ ପରିଚୟ ଆଦାନ ପ୍ରଦାନ କରିଥିଲେ l ହାଇସ୍କୁଲ ର ଉର୍ନ୍ନତି କରଣରେ ଛାତ୍ରଙ୍କ ଭୂମିକା ସହ ସାମାଜିକ ସେବା ଏବଂ ଛାତ୍ର ମାନଙ୍କ ପକ୍ଷରୁ ଆର୍ଥିକ ଅନଗ୍ରସର ଛାତ୍ର ମାନଙ୍କୁ ସହାୟତା ପ୍ରଦାନ କରିବା ଅନାଥ ଏବଂ ବୃଦ୍ଧା ଶ୍ରମ ପ୍ରତିଷ୍ଠା କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା l କାଯ୍ୟକ୍ରମ ଆରମ୍ଭରେ ମା ଙ୍କ ପୀଠରେ ଦୀପ ପ୍ରଜ୍ଜ୍ୱଳନ କରିବା ସହ ହାଇସ୍କୁଲ ର ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ବିନୋଦ ଚନ୍ଦ୍ର ପାଢ଼ୀ, ଶିକ୍ଷକ ସ୍ବର୍ଗତ ଜୟଦେବ ପାଢ଼ୀ, ସ୍ବର୍ଗତ ସହପାଠୀ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା l ବାସୁଦେବପୁର ସ୍ଥିତ ଖେମୁଣ୍ଡି କାଳୁଆ ପୀଠରେ ଆୟୋଜିତ କାଯ୍ୟକ୍ରମରେ ଶିବାନନ୍ଦ ପାଣିଗ୍ରାହୀ, କୂରେସୁ ଡାକୁଆ କାଯ୍ୟକ୍ରମ ପରିଚାଳନା କରିଥିଲେ l ନରସିଂହ ବ୍ରହ୍ମା, ପ୍ରଭାକର ସେଠୀ, ଜଗନ୍ନାଥ ମହାପାତ୍ର, ଅରୁଣ କୁମାର ଦାସ, ଏସ.ନୀଳକଣ୍ଠ, ଏସ.ଵାସୁଆ ରାଜୁ, ଜି. କାରିଆଡୁ ରେଡ଼ି, ଗୋପାଳ ମିଶ୍ର, ଲୋକନାଥ ପାତ୍ର, ମନୋଜ କୁମାର ତ୍ରିପାଠୀ, ଟି.ବାବୁଲା ପାତ୍ର, ଏସ.ଅଭିମନ୍ୟୁ ରେଡ଼ି, ଅଭିମନ୍ୟୁ ସେଠୀ, ପି. ଦାମୋଦର ରେଡ଼ି, ବି. ନିଗମ ପ୍ରସାଦ, ଏ.ଗଣପତି, ଯୋଗେନ୍ଦ୍ର ରେଡ଼ି, ହରେକୃଷ୍ଣ ପାତ୍ର, ବଧିତ କୁମାର ସାହୁ, ହରେକୃଷ୍ଣ ସାବତ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରସାଦ ସେବନ ସହ ସମସ୍ତ ଛାତ୍ରଙ୍କୁ ବରିଷ୍ଠ ସାମ୍ବାଦିକ ନରସିଂହ ବ୍ରହ୍ମା ଧନ୍ୟବାଦ ପ୍ରଦାନ କରିଥିଲେ l


