ପଦ୍ମନାଭସ୍ୱାମୀ ମନ୍ଦିରର ଗୁପ୍ତ କୋଠରୀ

ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ତିରୁବନନ୍ତପୁରମ୍ଠାରେ ଅବସ୍ଥିତ । ଏଠାରେ ଭଗବାନ୍ ବିଷ୍ଣୁ ଅନନ୍ତଶୟନ ମୁଦ୍ରାରେ ବିଜେ କରିଛନ୍ତି । ତିରୁବତ୍ତ ଅନ୍ତର୍ଗତ ଶ୍ରୀ ଆଦିକେଶବପେରୁମଲ ମନ୍ଦିରର ଅବିକଳ ପ୍ରତିରୂପ ହେଉଛି ଏହି ମନ୍ଦିର । ଅନ୍ୟାନ୍ୟ ବହୁ ବିଖ୍ୟାତ ଜିନିଷ ବ୍ୟତୀତ ଏହି ମନ୍ଦିରରେ ରହିଛି ଗୋଟିଏ ଗୋପନ ଦ୍ୱାର । ଯାହାକୁ ଖୋଲିବା କୌଣସି ମଣିଷ ପକ୍ଷେ ସମ୍ଭବପର ନୁହେଁ । ମନ୍ଦିର ମଧ୍ୟରେ ରହିଛି ୬ଟି ପ୍ରକୋଷ୍ଠ । ତହିଁମଧ୍ୟରୁ ଭରତକ୍କୋନ ପ୍ରକୋଷ୍ଠଟି ପଦ୍ମନାଭସ୍ୱାମୀଙ୍କର ଅତି ନିଜର । ଏହି ମନ୍ଦିର ଖଜଣାଗାରର ଅଂଶ ନୁହେଁ । ସେହି ପବିତ୍ର ପ୍ରକୋଷ୍ଠରେ ରହିଛି ପଦ୍ମନାଭଙ୍କର ଅନ୍ୟ ଏକ ପ୍ରତିମୂର୍ତ୍ତି ‘ଶ୍ରୀଚକ୍ରମ୍’ ଏବଂ ଅନ୍ୟାନ୍ୟ ମୂଲ୍ୟବାନ୍ ଦ୍ରବ୍ୟ ।
୨୦୧୧ରେ ସୁପ୍ରିମ୍କୋର୍ଟ ମନ୍ଦିରକୁ ଏକ ସାତ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପଠାଇଥିଲେ । ମନ୍ଦିରର ମୁଖ୍ୟ ଟ୍ରଷ୍ଟିଙ୍କ ଉପସ୍ଥିତିରେ ମନ୍ଦିରରେ ଥିବା ଛଅଟି ଗୋପନ ଦ୍ୱାର ଖୋଲାଗଲା । ସୁବିଧା ପାଇଁ ଏହି ଦ୍ୱାର ସବୁକୁ ଏ, ବି, ସି, ଡି, ଇ ଓ ଏଫ୍ ଭାବେ ନାମିତ କରାଯାଇଥିଲା । ସେହି ସବୁ ପ୍ରକୋଷ୍ଟରେ ଥିଲା ହୀରା ଗହଣା, ସୁନା ବାସନକୁସନ, ଅସ୍ତ୍ରଶସ୍ତ୍ର, ସ୍ୱର୍ଣ୍ଣ ପ୍ରତିମା, ସୁନାର ହାତୀମୂର୍ତ୍ତି, ୫୦୦ କିଲୋଗ୍ରାମ ଓଜନର ଏବଂ ୧୮ ଫୁଟ ଲମ୍ବର ହୀରାରେ ତିଆରି ଗଳାହାର ଓ ବିଭିନ୍ନ ଦେଶର ସ୍ୱର୍ଣ୍ଣମୁଦ୍ରାରେ ଭର୍ତ୍ତି ହୋଇଥିବା ବସ୍ତା । ମୁଖ୍ୟ ଦ୍ୱାର ‘ବି’କୁ ବାକି ସବୁ ଦ୍ୱାର ବର୍ଷକୁ ପ୍ରାୟ ୮ଥର ଖୋଲାଯାଉଛି । ଏହି ଦ୍ୱାରକୁ ଅନେକେ ରହସ୍ୟମୟ, ବିପଜ୍ଜନକ ଏବଂ ପବିତ୍ର ବୋଲି କହନ୍ତି । ତେଣୁ ଏହାକୁ ଖୋଲିବା ବିପଜ୍ଜନକ । ବହୁ ବର୍ଷ ପୂର୍ବେ ଜଣେ ସିଦ୍ଧ ପୁରୁଷଙ୍କ ଦ୍ୱାରା ଏହାକୁ ନାଗବନ୍ଧନମ୍ ବା ନାଗଫାଶ ମନ୍ତ୍ର ଦ୍ୱାରା ବନ୍ଦ କରାଯାଇଛି । ତେଣୁ ଏସବୁ ମନ୍ତ୍ର ବାବଦରେ ଜ୍ଞାନ ହାସଲ କରିଥିବା ଜଣେ କରିତ୍କର୍ମା ସାଧୁ ବା ମାନ୍ତ୍ରିକ ଗରୁଡ଼ ମନ୍ତ୍ର ଉଚ୍ଚାରଣ କରି ଏହାକୁ ଖୋଲିପାରିବେ । ଏହାକୁ ଅମାନ୍ୟ କରି ଯେ କୌଣସି ମଣିଷ ସେହି ଦ୍ୱାରକୁ ଖୋଲିବା ଲାଗି ଉଦ୍ୟମ କଲେ, ମନ୍ଦିର ପରିଧି ଚାରିପଟେ କିମ୍ବା ଭାରତରେ ବିତ୍ପାତ ଘଟିବ । କୁହାଯାଏ ଯେ, ଜଣେ ବେଦଜ୍ଞ ଏହି ଦ୍ୱାର ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ