ପଦ୍ମପୁର ଓ ଗଣ୍ଡାହାତୀ ଗ୍ରାମରେ  ଠାକୁରାଣୀ ଯାତ୍ରା ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ପଦ୍ମପୁର ଓ ଗଣ୍ଡାହାତୀ ଗ୍ରାମରେ  ଠାକୁରାଣୀ ଯାତ୍ରା ଉଦଯାପିତ ହୋଇଯାଇଛି l  ମା ଙ୍କ ଯାତ୍ରାର ଶେଷ ଦିନରେ ଅସ୍ଥାୟୀ ମଣ୍ଡପରେ ମା ଙ୍କୁ ପଣା ଭୋଗ ଦିଆଯାଇଥିଲା I ଏହା ସହ ମା ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା l  ରୀତିନୀତି ଅନୁସାରେ ଦିନରେ ପୂଜା ସରିବା ପରେ ସନ୍ଧ୍ୟା ୭ ଟାରେ ଆଳତି ଲାଗିଥିଲା l ରାତ୍ର ୯ ଟା ରେ ମାଆ ଙ୍କ ଘଟ ବାହାରି ପରିକ୍ରମା କରିଥିଲେ l ପ୍ରତେକ ସାହି ଗଲି କନ୍ଦିରେ ମା ଙ୍କ ଘଟ ପୂଜା ପାଇଥିଲା I ଉଭୟ ଗାଁ ପୁରା ବିଭିନ୍ନ ଆଲୋକରେ ସଜ୍ଜିତ ହୋଇଥିଲା l ୭ ଦିନ ଧରି ହୋଇଥିବା ଏହି ଯାତ୍ରl ଶେଷ ହୋଇଯାଇଛି l ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମଣ୍ଡପରେ ପହଂଚି ଥିଲେ I ପ୍ରତେକ ଦିନ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ଯବସ୍ଥା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ପୂଜା କମିଟି ପରିଚାଳନା କରିଥିବା ବେଳେ ଗ୍ରାମର ଯୁବକ ମାନେ ପରିଚାଳନା ରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ