ପଦ୍ମଶ୍ରୀ ଡଃ. ସତ୍ୟନାରାୟଣ ରାଜଗୁରୁଙ୍କ ଜୟନ୍ତୀ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ପଦ୍ମଶ୍ରୀ ଡଃ. ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦର କାର୍ଯ୍ୟକାରିଣୀ ବୈଠକ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପୂର୍ବ ବର୍ଷ ଗୁଡିକର ଜୟନ୍ତୀ ପାଳନର ସମ୍ୟକ ସୂଚନା ଦେଇ ଓଡିଶା ସାହିତ୍ୟ ଏକାଡେମୀ ବିଗତ ୩ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ପାଳନ ପାଇଁ ଅନୁଦାନ ବନ୍ଦ କରିଥିବା କଥା ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ ଥିବା ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଏ ସମ୍ପର୍କରେ ଚଳିତ ବର୍ଷ ଓଡିଶା ସାହିତ୍ୟ ଏକାଡେମୀ ସହିତ ଯୋଗାଯୋଗ କରିବେ ବୋଲି କହିଥିଲେ । ଏହା ବ୍ୟତୀତ ସବାପତି ଶ୍ରୀ ମହାପାତ୍ର ଜିଲ୍ଲା ସଂସ୍କୃତି ବିଭାଗର ଆର୍ଥିକ ସହଯୋଗ ପାଇଁ ଗଜପତି ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ପୂର୍ବଭଳି ଚଳିତ ବର୍ଷ ମଧ୍ୟ ଜଣେ ବରିଷ୍ଠ ସାହିତ୍ୟକଙ୍କୁ ସମ୍ମାନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଉମରକୋଟର ଡ.ପ୍ରଦୀପ କୁମାର ମିଶ୍ରଙ୍କୁ ଡ.ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ ପ୍ରଦାନ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ଭୂଷଣ ମହାନ୍ତି, ଡ.କଲ୍ୟାଣି ମିଶ୍ର, ଜଗଦୀଶ ମହାପାତ୍ର, ମଲ୍ଲିକାର୍ଜୁନ ପଟ୍ଟନାୟକ, ହରିମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ