ପଦ୍ମଶ୍ରୀ ବାବା ବଳିଆଙ୍କ ଆହ୍ୱାନ, ପ୍ଲାଷ୍ଟିକକୁ ନାଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀମଦ୍ ବାବା ବଳିଆଙ୍କ ଆହ୍ୱାନ ‘ପ୍ଲାଷ୍ଟିକ୍‌କୁ ନା’, କାର୍ଯ୍ୟକ୍ରମକୁ ନେଇ, ବିଶ୍ୱ ସନାତନ ସେବା ସଂଘ, ଶିଶୁଅନନ୍ତ ଆଶ୍ରମ, ଅରିଲୋ, ତିର୍ତ୍ତୋଲ, ଜଗତସିଂହପୁର ପକ୍ଷରୁ ପଦ୍ମଶ୍ରୀ ପୂଜ୍ୟପୂଜକ ବାବା ବଳିଆଙ୍କ ମାର୍ଗଦଶର୍ନରେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଟିଆ, ଭୁବନେଶ୍ୱରଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ ଏବଂ ଗୁରୁମାଆମାନଙ୍କୁ ନେଇ ଏକ ସାମାଜିକ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।ଏହି ସଭାରେ ପ୍ରଧାନଗୁରୁଜୀ ରାଜୀବ ପାଣି, ମିହିର କୁମାର ଜେନା, ଡିଏଫ୍‌ଓ, ଭୁବଶ୍ୱେର, ପରିବେଶ ବିଜ୍ଞାନୀ ହାଡିବନ୍ଧୁ ପାଣିଗ୍ରାହୀ ଯୋଗଦାନ କରି ସେମାନଙ୍କ ମୂଲ୍ୟବାନ ପରାମର୍ଶ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ । ଏହି ସଭାକୁ ବିଶ୍ୱ ସନାତନ ସେବାସଂଘର ସଭାପତି, ବାବାଜୀ ପ୍ରଣବାନନ୍ଦ ଦାସ (ମନୁଭାଇ) ପରିଚାଳନା କରିଥିଲେ । ବିଶ୍ୱ ସନାତନ ସେବାସଂଘ ଭୁବନେଶ୍ୱର ଶାଖାର ସଦସ୍ୟ ସଦସ୍ୟା ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଶ୍ୱ ସନାତନ ସେବା ସଂଘର ସମ୍ପାଦକ ଦୀପକ କୁମାର ଦାସମହାପାତ୍ର, ସଦସ୍ୟ ପ୍ରମୋଦ କୁମାର ମହାପାତ୍ର, ସତ୍ୟ ପଟ୍ଟନାୟକ, ଶଙ୍କରର୍ଷଣ ରାଉତ, ରଶ୍ମୀରଞ୍ଜନ ମଲ୍ଲ, ଜ୍ୟୋତିଷ ଦାସ, ଅନନ୍ତ ସେଠୀ, ଚନ୍ଦନ ନାୟକ, ସ୍ମୃତିରଞ୍ଜନ ମଲ୍ଲ, କ୍ଷୀରୋଦ କୁମାର ମଲ୍ଲିକ, ଆଡଭୋକେଟ ସୁବ୍ରତ କୁମାର ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ରମାକାନ୍ତ ପରିଜା, ଶ୍ରୀମତୀ ବିଷ୍ଣୁପ୍ରିୟା ମହାନ୍ତି, ଶ୍ରୀମତୀ ବିଣାପାଣୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ