ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଓ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଘର ମିଳିତ ଉଦ୍ୟମରେ ସ୍କାଉଟ ଗାଇଡ୍ ରାଜ୍ୟ ମୁଖ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ରାଜ୍ୟ ମୁଖ୍ୟ କମିଶନର ତଥା ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଘର ସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାରେ ଦାୟାଦ ସଂଘର ବହୁ କର୍ମକର୍ତ୍ତା ସାମାଜିକ ଦୂରତା ରଖି ବସିଥିଲେ ଏବଂ ଆଉ କିଛି ମାଧ୍ୟମରେ ସ୍ୱର୍ଗତ ପଟ୍ଟନାୟକଙ୍କର ସ୍ମୃତିଚାରଣ କରିଥିଲେ । ଭବାନୀ ଚରଣ ପଟ୍ଟନାୟକ କେବଳ ସ୍କାଉଟ ପ୍ରେମୀ ନଥିଲେ ସେ ନିଜେ ଜଣେ ସ୍କାଉଟ ଥିଲେ । ସ୍ୱାଧିନତା ପୂର୍ବରୁ ଯେଉଁମାନେ ବାଳଚର ସେନାଭାବରେ ସ୍ୱାଧୀନତା ସଂଗ୍ରାମରେ ଭାଗନେଥିଲେ, ସଂଗ୍ରାମୀମାନଙ୍କୁ ସାହାଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଭବାନୀ ବାବୁ । ସେ ବାନର ସେନାର ଜଣେ ଅଗ୍ରଣୀ ସେନାପତି ଥିଲେ । ସେ ମଧ୍ୟ ଜଣେ ଅଗ୍ରଣୀ ସ୍କାଉଟ । ସଭାପତି ଡଃ ମିଶ୍ର ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ତାଙ୍କର ବହୁମୁଖୀ ପ୍ରତିଭା ସମ୍ବନ୍ଧରେ ଆଲୋଚନା କରିବା ସହିତ ଅନେକ ସମୟରେ ସ୍କାଉଟ ଗାଇଡ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ସ୍କାଉଟ ଓ ଗାଇଡ୍‌ମାନଙ୍କୁ ଦେଶ ସେବାର ମନ୍ତ୍ରକୁ ଆପଣେଇ ସମାଜ ସେବାରେ ନିଜକୁ ନିୟୋଜିତ କରିବାକୁ ଉପଦେଶ ଦେଇଥିଲେ । ରାଜଭବନ ପରିସରରେ ଆୟୋଜିତ ସ୍କାଉଟ ଗାଇଡ୍‌ର ରାଜ୍ୟ ପୁରସ୍କାର ଉତ୍ସବରେ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ସ୍ୱର୍ଗତ ପଟ୍ଟନାୟକଙ୍କୁ “ଉତ୍କଳଜ୍ୟୋତି” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଉକ୍ତ ସଭାରେ ସ୍ୱାଧିନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଘର ଉପସଭାପତି ସୀତା ବଲ୍ଲଭ ମହାପାତ୍ର, ସମ୍ପାଦକ ଶିବ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ବିଜୟ ତ୍ରିପାଠୀ, ପ୍ରମେଶ ମହାନ୍ତି, ତୁଷାର ଘୋଷ ଏବଂ ରାଜ୍ୟ ସଂଗଠନର ବହୁ କର୍ମଚାରୀ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋ ଛିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ