ପଦ୍ମଶ୍ରୀ ରଞ୍ଜନ ଗୌହରଙ୍କ ଦ୍ୱାରା “ସାରେ ଜାହାଁସେ ଆଚ୍ଛା ୨୦୨୧-ଆଜାଦି କା ଅମୃତ ମହୋତ୍ସବ” ଅନୁଷ୍ଠିତ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ସଂସ୍କୃତି ମନ୍ତ୍ରଣାଳୟର ନଭେମ୍ବର ୨୭ ଏବଂ ୨୮ ତାରିଖରେ ପଦ୍ମଶ୍ରୀ ଏବଂ ଏସ୍‌.ଏନ୍‌.ଏ. ସମ୍ମାନପ୍ରାପ୍ତ ପ୍ରଖ୍ୟାତ ନୃତ୍ୟଗୁରୁ ରଞ୍ଜନ ଗୌହରଙ୍କ ଦ୍ୱାରା ସଂଗଠିତ “ସାରେ ଜାହାଁସେ ଆଚ୍ଛା ୨୦୨୧ – ଆଜାଦି କା ଅମୃତ ମହୋତ୍ସବ” ଭାରତର କେତେକ ବିଶିଷ୍ଟ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା।ପ୍ରଥମ ଦିନ ଗୁରୁ ରଂଜନ ଗୌହରଙ୍କ ବିଶିଷ୍ଟ ଶିଷ୍ୟମାନେ ୧୬ଟି ରୂପରେ ଈଶ୍ୱରୀୟ ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏକ ଦେବୀସ୍ତୁତି ଉପସ୍ଥାପନ କରିଥିଲେ ଏବଂ ପରେ ରାଗ ଭୈରବର ଏକ ପଲ୍ଲଭି ଉପସ୍ଥାପନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମ ଗୁରୁ ରଂଜନ ଗୌହରଙ୍କ ଦ୍ୱାରା ସଂରଚନା କରାଯାଇଥିଲା । ଏହାପରେ ବିସ୍ମିଲ୍ଲା ଯୁବା ପୁରସ୍କାର ପ୍ରାପ୍ତ ଶ୍ରୀମତୀ ବିଦ୍ୟାଳାଲ ବଦରୱା ଗଜରତ ଉପସ୍ଥାପନ କରିଥିଲେ ଯାହାକି ମୌସୁମୀ ଋତୁରେ ଜଣେ ଯୁବତୀଙ୍କ ଆବେଗିକ ଭାବପ୍ରବଣତାର ଚିତ୍ର ଅଟେ ଏବଂ ପରେପରେ ଜୟପୁର ଘରାନାର କଳାକୌଶଳ ପ୍ରକଟ କରୁଥିବା ଏକ ବିଶୁଦ୍ଧ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶେଷରେ ଏସ୍‌.ଏନ୍‌.ଏ. ସମ୍ମାନପ୍ରାପ୍ତ ଶ୍ରୀମତୀ ରମା ବୈଦ୍ୟନାଥନ ଯିଏ ଗୀତଗୋବିନ୍ଦର ଏକ ଅଷ୍ଟପଦୀ “ରାସେ ହରିମିହ” ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ଦିବସରେ ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କ ବରିଷ୍ଠ ଶିଷ୍ୟ ବ୍ରିନ୍ଦା ଚାଢ଼ା ଉଦ୍‌ଘାଟନୀ ନୃତ୍ୟରେ ମୀରା ବାଇଙ୍କ “ଜୁକି ଅଯଜାରିଆ ସାୱାନ୍ କି” କବିତା ଉପରେ ଗୁରୁ ରଂଜନ ଗୌହରଙ୍କ କୋରିଓଗ୍ରାଫି ଉପସ୍ଥାପନ କରିଥିଲେ । ଯୁକ୍ତରାଷ୍ଟ୍ରରେ ଅବସ୍ଥାପିତ ବରିଷ୍ଠ ମଣିପୁରୀ ନୃତ୍ୟ ବାଖ୍ୟାକାର ଶ୍ରୀ ସଂଜୀବ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଦୁଇଟି ନୃତ୍ୟ ଖଣ୍ଡ ଉପସ୍ଥାପନ କରାଯାଇଥିଲା । ପ୍ରଥମେ ଶୁଦ୍ଧ ନୃତ୍ୟମଣ୍ଡଳୀ ବାଦ୍ୟ ନର୍ତ୍ତନ ଏବଂ ଗତି ପ୍ରବନ୍ଧ ଶେଷରେ ପଦ୍ମଶ୍ରୀ ଏବଂ ଏସ୍‌.ଏନ୍‌.ଏ. ସମ୍ମାନ ସମ୍ବର୍ଦ୍ଧିତ ମୋହିନୀ ନାଟ୍ୟମର ପ୍ରଖାତ ନୃତ୍ୟଗୁରୁ ଭାରତୀ ଶିବାଜୀ ଜୟଦେବଙ୍କ “ଗୀତଗୋବିନ୍ଦ”ର ଚନ୍ଦନ ଚର୍ଚ୍ଚିତ ଅଷ୍ଟପଦୀ ଉପସ୍ଥାପନ କରିଥିଲେ ।ନୃତ୍ୟୋତ୍ସବର ସଂଯୋଜକ ଥିଲେ ସାଧନା ଶ୍ରୀବାସ୍ତବ, ଯାନ୍ତ୍ରିକ କଳା ନିର୍ଦ୍ଦେଶକ : ଶ୍ରୀ ସନ୍ଦୀପ ଦତ୍ତ ଭିଡିଓଗ୍ରାଫି : ଶ୍ରୀ ସିଦ୍ଧାର୍ଥ ଡାନିଏଲ୍ସ ଏବଂ ଶ୍ରୀ ସୁଚିତ ମଙ୍ଗରାଜ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ