ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଅନୁଗୋଳ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ
ଅନୁଗୋଳ : ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଅନୁଗୋଳ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ମୀନକେତନ ଅମାନ୍ତ ।ଅନୁଗୋଳ ବିଧାନସଭା ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରଠାରୁ ମୀନକେତନ ଅସନ୍ତୁଷ୍ଟ ଥିଲେ । ଏଥିପାଇଁ ସେ ଆଜି ବିଜେପି ଛାଡିବା ସହ ନବୀନ ନିବାସ ରେ ୧୦୦୦ ରୁ ଉର୍ଦ୍ଧ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଲେ I ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମ ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ,ଅନୁଗୋଳ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂ ଓ ଦଳୀୟ ବହୁ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।


