ପଦ୍ମ ପୁରସ୍କାର-୨୦୧୮ ପାଇଁ ପ୍ରସ୍ତାବ ଗ୍ରହଣ
ନୂଆଦିଲ୍ଲୀ(ଏଜେନ୍ସି): ପଦ୍ମ ପୁରସ୍କାର ପାଇଁ ପ୍ରସ୍ତାବ ଗ୍ରହଣ କରାଯାଉଛି । ପଦ୍ମ ପୁରସ୍କାର-୨୦୧୮ ପାଇଁ ପ୍ରସ୍ତାବ ଗ୍ରହଣ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୧୭ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଖୋଲା ଯାଇଥିବା ପଦ୍ମ ପୋର୍ଟାଲରେ କେବଳ ଅନ ଲାଇନ୍ ରେ ପଦ୍ମ ପୁରସ୍କାର ପାଇଁ ପ୍ରସ୍ତାବ ଗ୍ରହଣ କରାଯାଉଛି । ଏହା www.padmaawards.gov.in ପୋର୍ଟାଲ ରେ ଉପଲବ୍ଧ । ଅନ୍ୟ କୌଣସି ମାଧ୍ୟମରେ ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ ଏବଂ ୧୫ ସେପ୍ଟେମ୍ବର ୨୦୧୭ ପରେ କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ୱେବସାଇଟ ଙ୍ଗଙ୍ଗଙ୍ଗ.ଜ୍ଞଷବ.ଦ୍ଭସମ.ସଦ୍ଭ ରେ ‘ଆୱାର୍ଡସ ଆଣ୍ଡ ମେଡାଲ୍ସ’ ଉପରେ କ୍ଲିକ୍ କରନ୍ତୁ । ପୁରସ୍କାର ସମ୍ପର୍କୀତ ନିୟମାବଳୀ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ୱେବସାଇଟ http://padmaawards.gov.in/SelectionGuidelines.aspx ରୁ ଜାଣିହେବ ।