ପଧାନପଡାରେ କଂଗ୍ରେସର ସାଙ୍ଗଠନିକ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମଠ ସାହି ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆର୍.ଜି.ପି.ଆର୍.ଏସ୍ ଜିଲା ସଭାପତି ପ୍ରଦ୍ୟୁମ୍ନ ଦାସ, ସାଧାରଣ ସଂପାଦକ ସ୍ମୃତି ରଂଜନ ସ୍ୱାଇଁ, ବ୍ଳକ କଂଗ୍ରେସ ଉପସଭାପତି ନିରଂଜନ ମଲ୍ଲିକ, ଜିଲା ସଂପାଦକ ରାଜ କିଶୋର ପଣ୍ଡା, ରାଜ୍ୟ ଛାତ୍ର କଂଗ୍ରେସ ସଂପାଦକ ସାଦ୍ଦ୍ ସିଦ୍ଧିକ୍ ଯୋଗ ଦେଇ ୱାର୍ଡ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପୁନର୍ବାର ବିଜୟୀ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୱାର୍ଡ ଓ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହୋଇଥିଲା । ଏଥିରେ ସଭାପତି ଭାବେ ରାହୁଲ ଅମିନ୍ ସିଦ୍ଧିକ୍, ଉପସଭାପତି ସନାତନ ଜେନା, ରବିନ୍ଦ୍ର ସାମଲ, ସାଧାରଣ ସଂପାଦକ ସେକ୍ ସାବିର୍, ବଳରାମ ବେହେରା, ସଂପାଦକ ଉଚ୍ଛବ ଜେନା, ସୁଧାଂଶୁ ସେଠୀ, ସଞ୍ଜୁଲତା ସାମଲ, ଯୁବ କଂଗ୍ରେସ ସଭାପତି ୟୁସୁବ୍ ଖାନ୍, ଆର୍.ଜି.ପି.ଆର୍.ଏସ୍ ସଭାପତି ଜମିରୁଲ୍ ସୟଦ ରହେମାନ ମନୋନୀତ ହୋଇଥିଲେ । ବୈଠକରେ ବିଭିନ୍ନ ୱାର୍ଡରୁ କର୍ମୀ ମାନେ ଯୋଗ ଦେଇଥିଲେ ।