ପଧାନପଡାରେ ଜୁଲୁସ୍ ଶୋଭାଯାତ୍ରା
ବନ୍ତ, (ଚାନ୍ଦିନୀ ମହାନ୍ତି):ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନ ଇଦ୍ ମିଲାଦୁନ୍ ନବୀ ଅବସରରେ ବନ୍ତ ବ୍ଲକ ପଧାନପଡା ପଞ୍ଚାୟତରେ ଜୁଲୁସ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସାହିରୁ ମୁସଲମାନ ଭାଇ ମାନେ ଜୁଲୁସ୍ ଆଣିବା ସହିତ ଶୋଭାଯାତ୍ରାରେ ସାମିଲ ଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ନିର୍ବାଚନ ମଣ୍ଡଳୀ ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ ଲେଙ୍କା, ସରପଞ୍ଚ ଗଜେନ୍ଦ୍ର ସେଠୀ, ବ୍ଲକ ଯୁବ ବିଜେଡି ଉପସଭାପତି ସମୀମ୍ ନୱାଜ୍, ବରିଷ୍ଠ ନେତୃତ୍ୱ ସୁବାଷ ଦାସ, ସେକ୍ ଜଲାଲଉଦ୍ଦୀନ ଯୋଗ ଦେଇଥିଲେ