ପଧାନପଡା, ଟିଲୋରେ ଧାନମଣ୍ଡି ଉଦ୍‌ଘାଟିତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ) : ସୋମବାର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ପଧାନପଡା ଓ ଟିଲୋ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ପଧାନପଡା ସମିତିର ସଭାପତି ହୃଷିକେଶ ସାହୁ ଧାନ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସରପଞ୍ଚ ଅଶୋକ କୁମାର ମହାନ୍ତି, ହରି ନାରାୟଣ ମହାନ୍ତି, ନାରାୟଣ ଚନ୍ଦ୍ର ଦ୍ୱିବେଦୀ, ସୁଶାନ୍ତ ସାହୁ, ସେକ୍ କଦମ୍‌, ଅଜୟ ଦାସ, ସଚ୍ଚିତାନନ୍ଦ ନାୟକ, ବିଚିତ୍ରାନନ୍ଦ ନାୟକ, ବିଜୟ ସାହୁ, ବାଇଧର ରାଜ, ନିଳକଣ୍ଠ ମିଶ୍ର, ଘନଶ୍ୟାମ ସାହୁ, ନବ କିଶୋର ନାୟକ, ପ୍ରଦୀପ୍ତ ସାହୁ, ସମ୍ପାଦକ ସେକ୍ ଗୋଲାମ୍‌, ଡିଇଓ ସୁନୀଲ କୁମାର ପାତ୍ର, କର୍ମଚାରୀ ଦିବାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଟିଲୋ ସମିତିରେ ସରପଞ୍ଚ ନିହାରିକା ରାଉତ ଧାନ ମଣ୍ଡି ଉଦ୍‌ଘାଟନ କରିଥିଲେ । ଏଥିରେ ସଭାପତି ବିଜୟ କୁମାର ନାୟକ, ଅର୍ଜ୍ଜୁନ ଚରଣ ପଣ୍ଡା, ଅବିନାଶ ପାଣିଗ୍ରାହୀ, ପ୍ରଭାସ ସାହୁ, ସଦାନନ୍ଦ ବେହେରା, ପ୍ରବୀର ରାଉତ, ଯୁଧିଷ୍ଠିର ସ୍ୱାଇଁ, ନରେନ୍ଦ୍ର ନାଥ, ପ୍ରତାପ ନାୟକ, ପର୍ଶୁରାମ ପାତ୍ର, ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, ସହ ସମ୍ପାଦକ ଦୀନବନ୍ଧୁ ସାମଲ, ଡିଇଓ ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଟିଲୋ ସମିତିରେ ୨୩ ଜଣ ଚାଷୀଙ୍କର ଟୋକନ ଆସିଥିବା ବେଳେ ସେମାନେ ମଂଗଳବାର ଠାରୁ ଧାନ ବିକ୍ରୟ କରିବେ ବୋଲି ଜଣାଯାଇଛି । ପଧାନପଡା ସମିତିରେ ୧୫ ଜଣ ଚାଷୀଙ୍କର ଟୋକନ୍ ପ୍ରକ୍ରିୟା କରାଯାଇଥିବା ବେଳେ ଖୁବ୍ ଶିଘ୍ର ଧାନ କ୍ରୟ କରାଯିବ ବୋଲି ସମିତି କର୍ତ୍ତୃପକ୍ଷ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ