ପଧାନପଡା ମୌଜାରେ ରୋଗ ପୋକ ଯୋଗୁ ୫୦ ଏକର ଚାଷ ଜମି ନଷ୍ଟ ଆଶଙ୍କା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ତହସିଲ ଅଧିନ ପଧାନପଡା ଓ ଖଜୁରୀ ଗଢିଆ ମୌଜାରେ ରୋକ ପୋକ ଯୋଗୁ ପ୍ରାୟ ୫୦ ଏକର ଚାଷ ଜମି ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ବନ୍ତ ବ୍ଲକର ଚାଷୀ ମାନେ ବହୁବାଧା ବିଘ୍ନ ମଧ୍ୟରେ ନିଜର ଚାଷ କାର୍ଯ୍ୟକୁ ଆଗେଇ ନେଇଥିଲେ । ଧାରକରଜ କରି ଆବଶ୍ୟକ ସାର, କୀଟନାଶକ ପ୍ରୟୋଗ କରି ଧାନ ଗଛର ଭଲ ଅମଳ ପାଇବେ ବୋଲି ଆଶା ରଖିଥିଲେ । ମାତ୍ର ଏବେ ସେହି ଆଶା ଆଶାରେ ରହି ଯିବାକୁ ବସିଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ ଶହ ଶହ ଏକର ଚାଷ ଜମିରେ ମହିଷା ଓ ପତ୍ର ପୋଡା ରୋଗ ହୋଇଥିବା ଦେଖାଯାଇଛି । ଚାଷୀ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି କୀଟନାଶକ ପ୍ରୟୋଗ କରୁଥିଲେ ମଧ୍ୟ ତାହା କାମ କରୁନଥିବା ଦେଖାଯାଇଛି । ଫଳରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଥିବା ଦେଖାଯାଇଛି । ସେହିଭଳି ପଧାନପଡା ଓ ମାଳତୀରା ଗ୍ରାମର ଚାଷୀମାନେ ସମଦଶା ଭୋଗ କରିଥିବା ଦେଖାଯାଇଛି । ଗ୍ରାମର ଲକ୍ଷ୍ମୀଧର ସାହୁ, ରତିକାନ୍ତ ସାହୁ, ମୁକ୍ତିକାନ୍ତ ସାହୁ, ନିଳମଣି ବେହେରା, ପୁରୁଷୋତ୍ତମ ମୁଦୁଲୀ, ଗୋଲକ ବିହାରୀ ସାହୁ, ସୁଦାମ ସାହୁ, ଶରତ ଖିଲାର, ଆନନ୍ଦ ନାୟକ, ବାବାଜି ପରିଡା, ଅଭିମନ୍ୟୁ ପରିଡା, ଅଭିରାମ ସାହୁ, ଅକ୍ଷୟ ଘଡେଇ, ରବିନ୍ଦ୍ର ସାମଲ, ଶିବାଜୀ ପରିଡାଙ୍କ ସମେତ ବହୁ ଚାଷୀଙ୍କର ପ୍ରାୟ ୫୦ ଏକର ଚାଷ ଜମି ମହିଷା ଓ ପତ୍ର ପୋଡା ରୋଗରେ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି । ଏହି ରୋଗ ଯୋଗୁ ଗଛ ଗୁଡିକ ବୃଦ୍ଧି ପାଉନଥିବା ବେଳେ ପତ୍ର ଲାଲ, ହଳଦିଆ ପଡି ଯାଇଥିବା ଦେଖାଯାଇଛି । ବର୍ତ୍ତମାନ ଥୋଡ ବାହାରିବା ସମୟ ହୋଇଥିଲେ ମଧ୍ୟ ଧାନ ଗଛରୁ ଥୋଡ ବାହାରୁ ନଥିବା ଦେଖାଯାଇଛି । ଧାନ ଗଛର ଏଭଳି ସମସ୍ୟା ଦେଖି ଚାଷୀ ମାନେ ମୁଣ୍ଡରେ ହାତ ଦେଇଥିବା ଦେଖାଯାଇଛି । ସେହିପରି ଉପରୋକ୍ତ ଚାଷ ଜମିରେ କେନାଲ ପାଣି ମାଡୁ ନଥିବାରୁ ଧାନ ଗଛ ସବୁ ମରି ଯିବାକୁ ବସିଛି । ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ